‘ପ୍ରାଚୁର୍ଯ୍ୟ ଇଲାକାରେ ଗୋଟିଏ ମାସ’ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

Advertisment

ଷ୍ଟପ୍ ଗ୍ଲୋବାଲ୍ ଵାର୍ମିଂ ଫ୍ରମ୍ ୟୋର ସ୍କୁଲ ବି ଲୋକାର୍ପିତ

ଷ୍ଟପ୍ ଗ୍ଲୋବାଲ୍ ଵାର୍ମିଂ ଫ୍ରମ୍ ୟୋର ସ୍କୁଲ ବି ଲୋକାର୍ପିତ

‘ପ୍ରାଚୁର୍ଯ୍ୟ ଇଲାକାରେ ଗୋଟିଏ ମାସ’ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ବିଶ୍ବମୋହନ ପଟ୍ଟନାୟକଙ୍କ ଦ୍ବାରା ରଚିତ ଭ୍ରମଣ ପୁସ୍ତକ 'ପ୍ରାଚୁର୍ଯ୍ୟର ଇଲାକାରେ ଗୋଟିଏ ମାସ' ଲୋକାର୍ପିତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ପୁସ୍ତକ ସ୍କୁଲ ଓ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିବା ସହିତ ସେମାନଙ୍କ ପାଇଁ ଉପାଦେୟ ହେବ। ଏହାସହିତ ପରିବେଶ ଉପରେ ପୂର୍ବତନ ବିଧାୟକ ତଥା ପରିବେଶବିତ୍ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଦ୍ବାରା ରଚିତ ଇଂରାଜୀ ପୁସ୍ତକ ଷ୍ଟପ୍: ଗ୍ଲୋବାଲ ଵାର୍ମିଂ ଫ୍ରମ୍ ୟୋର ସ୍କୁଲକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ।

ଲେଖକ ବିଶ୍ବମୋହନ ପଟ୍ଟନାୟକଙ୍କ ଦ୍ବାରା ରଚିତ ଏହି କଫି ଟେବୁଲ୍ ଭ୍ରମଣ ପୁସ୍ତକଟିକୁ ୨୦୧୪ ମସିହାରେ ଅନୁଷ୍ଠିତ ପୁସ୍ତକ ମେଳାରେ ଶ୍ରେଷ୍ଠ ଭ୍ରମଣ ପୁସ୍ତକ ରୂପେ ପୁରସ୍କୃତ କରାଯାଇଥିଲା। ଏହି ପୁସ୍ତକକୁ ୧୦ ହଜାର ବିଦ୍ୟାଳୟକୁ ବଣ୍ଟନ କରାଯିବ ବୋଲି ଲେଖକ ଶ୍ରୀ ପଟ୍ଟନାୟକ କହିଥିଲେ। ଏହାର ଇଂରାଜୀ ଅନୁବାଦ ଏ ମନ୍ଥ୍ ଇନ୍ ଦ ଲ୍ୟାଣ୍ଡ ଅଫ୍ ପ୍ଲେଣ୍ଟିକୁ ମଧ୍ୟ ୨ ହଜାର କଲେଜକୁ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ମୋ ସ୍କୁଲ କାର୍ଯ୍ୟକ୍ରମରେ ଅନୁପ୍ରାଣୀତ ହୋଇ ଏହି ଦୁଇଟି ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ନେଇ ପ୍ରକାଶିକା ଜୟଶ୍ରୀ ପଟ୍ଟନାୟକ କହିଥିଲେ। ଏହି ଲୋକାର୍ପଣ ଉତ୍ସବରେ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପରିବେଶବିତ୍ ଦିଲ୍ଲୀପ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe