କଟକରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’

Advertisment

ପ୍ରବଳ ଜନସମାଗମ, ରାସ୍ତାଘାଟ ଜାମ୍‌, କଟକ ଚଣ୍ଡୀଙ୍କ ଦର୍ଶନ କରି ଆଶୀର୍ବାଦ ନେ‌ଲେ

ପ୍ରବଳ ଜନସମାଗମ, ରାସ୍ତାଘାଟ ଜାମ୍‌, କଟକ ଚଣ୍ଡୀଙ୍କ ଦର୍ଶନ କରି ଆଶୀର୍ବାଦ ନେ‌ଲେ

କଟକରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’

କଟକ : ‘ଜୟ ଜଗନ୍ନାଥ! ପ୍ରିୟ ଭାଇ ଓ ଭଉଣୀମାନେ। ମୁଁ ଆପଣଙ୍କ ପାଖକୁ ଆସିଛି। ଆପଣମାନେ ଖୁସି ତ? ମୁଁ ବି ବହୁତ ଖୁସି। ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ। ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ। ଥରେ ଏମ୍‌ଏଲ୍‌ଏ ପାଇଁ, ଥରେ ଏମ୍‌ପି ପାଇଁ। ଧନ୍ୟବାଦ! ନମସ୍କାର !’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକରେ ରୋଡ ସୋ’ କାର୍ଯ୍ୟକ୍ରମ ଜରିଆରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଏଭଳି ଭାବେ ଅନୁରୋଧ କରିଛନ୍ତି। ବାରବାଟୀ-କଟକ, ଚୌଦ୍ବାର-କଟକ ଏବଂ ସଦର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ସହ ୧୪ଟି ସ୍ଥାନରେ ଅଟକି ‌ଉପସ୍ଥିତ ଲୋକଙ୍କୁ ଉଦବୋଧନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋରେ ବିପୁଳ ଜନସମାଗମ ହୋଇଥିବା ବେଳେ କଟକର ରାସ୍ତାଘାଟ ଏକପ୍ରକାର ଜାମ ହୋଇଯାଇଥିଲା। ‌କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ବାରବାଟୀ-କଟକ ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ, ଚୌଦ୍ବାର-କଟକ ପ୍ରାର୍ଥୀ ସୌଭିକ ବିଶ୍ବାଳ, ସଦର ପ୍ରାର୍ଥୀ ଚନ୍ଦ୍ରସାରଥୀ ବେହେରା ଏବଂ ବିଧାୟକ ପ୍ରଭାତରଂଜନ ବିଶ୍ବାଳଙ୍କ ସମେତ ଦଳର ବହୁ ବରିଷ୍ଠ ନେତା, ଅଭିନେତା, ଅଭିନେତ୍ରୀ ଏହି ରୋଡ‌ ସୋ’ରେ ସାମିଲ ହୋଇଥିଲେ।

publive-image

ମୁଖ୍ୟମନ୍ତ୍ରୀ ନରାଜ ‌ହଲିପ୍ୟାଡରେ ଅପରାହ୍‌ଣ ସାଢ଼େ ୪ଟାର ଅବତରଣ କରିବା ପରେ ଏକ ହାଇଟେକ୍‌ ବସ୍‌ରେ ରୋଡ୍‌ ସୋ’ରେ ବାହାରିଥିଲେ। ବିଡ଼ାନାସୀ ମଣ୍ଟେସୋରି ଛକରୁ ଶୁଭାରମ୍ଭ ହୋଇଥିଲା ଏହି ନିର୍ବାଚନୀ ପ୍ରଚାର ଓ ରୋଡ୍ ସୋ’। ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ ବିଜେଡ଼ିର ହଜାର ହଜାର କର୍ମୀ, ସମର୍ଥକ, ସାଧାରଣ ଜନତା ଉତ୍ସାହର ସ‌ହ ଅପେକ୍ଷା କରି ରହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ହାଇଟେକ୍ ବସ ବିଡ଼ାନାସୀରେ ଅଟକିବା ମାତ୍ରେ ହରିବୋଲ ହୁଳହୁଳିରେ ଅଞ୍ଚଳ ପ୍ରକମ୍ପିତ ‌ହୋଇଥିଲା। ମୁଖ୍ୟମନ୍ତ୍ରୀ ଚଣ୍ଡୀ ମନ୍ଦିରକୁ ଯାଇ ମା’ଙ୍କ ଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ ବିଡାନାସୀରୁ ବାହାରି ବିଭିନ୍ନ ଅଞ୍ଚଳ ପରିକ୍ରମା କରି କନ୍ଦରପୁର ପର୍ଯ୍ୟନ୍ତ ଯିବା ପରେ ସେଠାରୁ ଫେରି ଭୁବନେଶ୍ବର ଅଭି‌ମୁଖେଦ ଯାତ୍ରା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe