କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, ବିଦ୍ୟୁତ୍ କ୍ଷତି ପାଇଁ ୧୧୬୦ କୋଟି ଦେବାକୁ ଦାବି କଲେ ନବୀନ

Advertisment

ଏନଡିଆରଏଫ ନିୟମ କୋହଳ ପାଇଁ ଅନୁରୋଧ

ଏନଡିଆରଏଫ ନିୟମ କୋହଳ ପାଇଁ ଅନୁରୋଧ

କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, ବିଦ୍ୟୁତ୍ କ୍ଷତି ପାଇଁ ୧୧୬୦ କୋଟି ଦେବାକୁ ଦାବି କଲେ ନବୀନ

The Hindu

ଭୁବନେଶ୍ବର : ବାତ୍ୟା 'ଫନି'ର ପ୍ରଭାବରେ ରାଜ୍ୟରେ ୧ ହଜାର ୧୬୦ କୋଟି ଟଙ୍କାର ବିଦ୍ୟୁତ ଭିତ୍ତିଭୂମିର କ୍ଷତି ହୋଇଛି। ଏତେବଡ଼ କ୍ଷତି ଭରଣା କରିବାକୁ ରାଜ୍ୟ ବିଦ୍ୟୁତ ବଣ୍ଟନ କମ୍ପାନୀଙ୍କ ପାଖରେ ସମ୍ବଳ ନାହିଁ। ଏଥିପାଇଁ ଏନଡିଆରଏଫ ନିୟମକୁ କୋହଳ କରି କେନ୍ଦ୍ର ସରକାର ଏହି କ୍ଷତି ଭରଣା କରିବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଦର୍ଶାଇଛନ୍ତି, 'ଫନି' ଯୋଗୁଁ ପୁରୀ ଜିଲ୍ଲା ସମେତ ଅନ୍ୟ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମିର ବ୍ୟାପକ କ୍ଷତି ହୋଇଛି। ବିଦ୍ୟୁତ ସରବରାହ ଓ ବଣ୍ଟନ ନେଟଵାର୍କରେ ଥିବା ଅତି ଉଚ୍ଚକ୍ଷମତା ସମ୍ପନ୍ନ ଲାଇନ, ଉଚ୍ଚ ଓ ନିମ୍ନ କ୍ଷମତା ସମ୍ପନ୍ନ ଲାଇନର ବ୍ୟାପକ କ୍ଷୟକ୍ଷତି ହୋଇଛି। ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠି ବା ଏନଡିଆରଏଫ ନିୟମାନୁଯାୟୀ ପ୍ରାକୃତିକ ଦୁର୍ବିପାକରେ କ୍ଷତି ହୋଇଥିବା ବିଦ୍ୟୁତ କଣ୍ଟକ୍ଟର, ଖୁଣ୍ଟି ଓ ୧୧ କେ.ଭି ଟ୍ରାନସଫରମର କ୍ଷତି ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇପାରିବ। କିନ୍ତୁ ଏହି ବାତ୍ୟାରେ ପୁରୀ ଜିଲ୍ଲାରେ ୧୧ କେ.ଭି ଲାଇନ ସହିତ ଯେପରି ଭାବେ ବିଦ୍ୟୁତ ବଣ୍ଟନ ଟ୍ରାନସଫରମର ସମେତ ଏଲଟି ଲାଇନ, ୨୨୦ କେ.ଭି/୧୩୨ କେ.ଭି ଟାଵାର ଏବଂ ବିଦ୍ୟୁତ ପରିବହନ ପାଇଁ ଗ୍ରୀଡ୍ ସବଷ୍ଟେସନ ଏବଂ ଉଚ୍ଚକ୍ଷମତା ସମ୍ପନ୍ନ ଟ୍ରାନସଫରମର, ୩୩ କେ.ଭି ଖୁଣ୍ଟି ଓ ପ୍ରାଇମେରୀ ସବଷ୍ଟେସନର ବହୁମାତ୍ରାରେ କ୍ଷତି ହୋଇଛି। ଯାହାର ପ୍ରାଥମିକ ଆକଳନ ସରକାର କରିଛନ୍ତି। ଏତେ ପରିମାଣରେ ବିଦ୍ୟୁତ ଭିତ୍ତିଭୂମି କ୍ଷତିଭରଣା ପାଇଁ ରାଜ୍ୟରେ ଥିବା ବିଦ୍ୟୁତ ପରିବହନ ଓ ବଣ୍ଟନ କମ୍ପାନୀଙ୍କ ପାଖରେ ସମ୍ବଳ ଅଭାବ ଯୋଗୁଁ ପ୍ରଚଳିତ ଏନଡିଆରଏଫ ନିୟମରେ କୋହଳ କରି ରାଜ୍ୟକୁ ଏହି ଅର୍ଥ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe