ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ୨୫ ବର୍ଷ ପୂରଣ, ନବୀନ ନିବାସକୁ ଯାଇ ଶୁଭେଚ୍ଛା ଜଣାଇଲେ ସାଂସଦ - ବିଧାୟକ

ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ୨୫ ବର୍ଷ ପୂରଣ, ନବୀନ ନିବାସକୁ ଯାଇ ଶୁଭେଚ୍ଛା ଜଣାଇଲେ ସାଂସଦ - ବିଧାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜନୀତିରେ ୨୫ ବର୍ଷ ପୂରଣ କରିଛନ୍ତି। ୧୯୯୭ ମସିହା ଆଜିର ଦିନରେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ନବୀନ ଆଜି ଦେଶରେ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଜଣାଶୁଣା। ସଫଳ ରାଜନୈତିକ ଯାତ୍ରା ପାଇଁ ସାଂସଦ ଓ ବିଧାୟକମାନେ ନବୀନ ନିବାସରେ ପହଞ୍ଚି ତାଙ୍କର ଭୁରି ଭୁରି ପ୍ରଶଂସା କରିବା ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥି ସହିତ ବିଜେଡି ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ବି ଉଠାଇଛନ୍ତି। ଏହି ପରିପ୍ରେକ୍ଷୀରେ ଦଳୀୟ କର୍ମୀମାନେ ବହୁତ ଉତ୍ସାହିତ ଥିବା ଦେଖାଯାଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ମଧ୍ୟ ନିଜର କର୍ମୀମାନଙ୍କୁ ନିରାଶ ନକରି ତୁମମାନଙ୍କ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି ବୋଲି କହିଥିଲେ। ସଫଳତା ପାଇଁ ସାମୁହିକ ଉଦ୍ୟମ ଦରକାର। ତେଣୁ ସମୁହ ପ୍ରଚେଷ୍ଟାରେ ଦଳକୁ ଏହି ସଫଳତା ମିଳିଛି। ଏହି ସଫଳତା ତୁମ୍ଭମାନଙ୍କର। ସବୁବେଳେ ଏକ ହୋଇ ରହି ରାଜ୍ୟର ବିକାଶରେ ମନୋନୀବେଶ କର। ସଫଳତା ନିଶ୍ଚିତ ମିଳିବ ବୋଲି ସେମାନଙ୍କୁ ଉତ୍ସାହିତ କରିଥିଲେ।

୧୯୯୭ରେ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଓଡ଼ିଶା ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା । ଆଉ ଏତିକି ବେଳେ ରାଜନୀତିରେ ପ୍ରବେଶ କରିଥିଲେ ନବୀନ । ରାଜନୀତିରେ ପ୍ରବେଶ ବେଳେ ନା’ ନେତା, ନା’ ଜନତା, କେହି କେବେ କଳ୍ପନା କରି ନଥିଲେ ଯେ, ରାଜ୍ୟ ରାଜନୀତିରେ ଅପରିଚିତ ଥିବା ନବୀନ, ଦିନେ ଦେଶର ରାଜନୈତିକ ଇତିହାସରେ ସବୁଠୁ ବଡ଼ ଅଧ୍ୟାୟ ସୃଷ୍ଟି କରିବେ। ପୁଣି ୧୯୯୯ ସୃଷ୍ଟ ମହାବାତ୍ୟାରେ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ଓଡ଼ିଶାର ଅର୍ଥନୈତିକ ପ୍ରଗତିକୁ ଆଗେଇ ନେବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ତଥାପି ସାମୂହିକ ଉଦ୍ୟମରେ ଏହା ସଫଳ ହୋଇପାରିଥିଲା।ଆଜି ଓଡ଼ିଶାର ଅର୍ଥନୈତିକ ପ୍ରଗତି ହୋଇପାରିଛି। ଅନେକ ଯୋଜନା ହୋଇଛି। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରି ଦେଶରେ ଇତିହାସ ସୃଷ୍ଟି କରିପାରିଛନ୍ତି ନବୀନ ପଟ୍ଟନାୟକ।

publive-image

ଜୁନ ୧୯୯୭: ଆସ୍କା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ
ଡିସେମ୍ବର ୧୯୯୭: ନବୀନଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଗଠନ
ମାର୍ଚ୍ଚ ୧୯୯୮: ବାଜପାୟୀଙ୍କ ସରକାରରେ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ
ମାର୍ଚ୍ଚ ୨୦୦୦: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ନବୀନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe