ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବହୁଚର୍ଚ୍ଚିତ ଗୁରୁପ୍ରିୟା ସେତୁ ଉଦ୍‌ଘାଟିତ

Advertisment
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା  ବହୁଚର୍ଚ୍ଚିତ ଗୁରୁପ୍ରିୟା ସେତୁ ଉଦ୍‌ଘାଟିତ

ମାଲକାନଗିର: ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ବାହାର ଦୁନିଆ ସହିତ ସଂଯୋଗ ପାଇଁ ବହୁପ୍ରତୀକ୍ଷିତ ଗୁରୁପ୍ରିୟା ସେତୁକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତିି। କଡ଼ା ସୁରକ୍ଷା ମଧ୍ୟରେ ଜୟପୁର ଏୟାରଷ୍ଟ୍ରିପ୍‌ରୁ ହେଲିକ୍ୟାପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯାଇ ମାଲକାନଗିରିରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ଜାନବାଇ ଘାଟରେ ପହଞ୍ଚି ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ଗୁରୁପ୍ରିୟା ସେତୁକୁ ଉଦ୍‌ଘାଟନ କରିଛନ୍ତି।
ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ସମଗ୍ର ଜିଲ୍ଲାରେ ହାଇଆଲର୍ଟ ଜାରି କରି ସୀମାକୁ ସିଲ କରିଦିଆଯାଇଛି। ଗୁରୁପ୍ରିୟା ସେତୁକୁ ବିଏସ୍‌ଏଫ୍‌ ଯବାନ ଜଗି ରହିଥିଲେ।

publive-image
ସୂଚନାଯୋଗ୍ୟ ଯେ ଗୁରୁପ୍ରିୟା ସେତୁ ନିର୍ମାଣ ସହିତ ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳକୁ ସ୍ଥଳପଥରେ ସଂଯୋଗ ପାଇଁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ହୋଇଥିଲା। ତେବେ ବିଭିନ୍ନ କାରଣରୁ ସେତୁ ନିର୍ମାଣ ସମ୍ଭବ ହୋଇ ପାରି ନ ଥିଲା। ଏହି ଗୁରୁପ୍ରିୟା ସେତୁର ଲମ୍ବ ହେଉଛିି ୯୧୦ ମିଟର । ପ୍ରାୟ ୧ କିଲୋମିଟର ଦୈଘ୍ୟ ବିଶିଷ୍ଟ ଏହି ସେତୁ ନିର୍ମାଣ ଦ୍ୱାରା ବିଛିନ୍ନାଞ୍ଚଳର ବିକାଶ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇପାରିବ।ଏହା ଫଳରେ ଚିତକୋଣ୍ଡା ବ୍ଲକ୍‌ର ୧୫୧ଟି ଗାଁର ଲୋକେ ଉପକୃତ ହୋଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe