କଟ‌କରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ; କଳାପତାକା ଦେଖାଇଲେ ବିଜେପି, ହିନ୍ଦୁସେନା କର୍ମୀ

Advertisment
କଟ‌କରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ; କଳାପତାକା ଦେଖାଇଲେ ବିଜେପି, ହିନ୍ଦୁସେନା କର୍ମୀ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟକ ସହରରେ ଶନିବାର ସନ୍ଧ୍ୟାରେ  ବିରୋଧ ପ୍ରଦର୍ଶନ କରାଯାଇଛି। ଖାନନଗରସ୍ଥିତ ନେତାଜୀ ବସ୍ ଟର୍ମିନାଲ ଲୋକାର୍ପଣ କରିବାକୁ ଯାଉଥିବା ବେଳେ ବିଜେପି ଯୁବ ମୋର୍ଚ୍ଚା ଓ ହିନ୍ଦୁ ସେନାର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ବିରୋଧ କରିବା ସହିତ କଳାପତାକା ପ୍ରଦର୍ଶନ କରିଛନ୍ତି। ଏଥି ସହିତ ଉଭୟ ମୋର୍ଚ୍ଚାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ତୁମେ ଫେରି ଯାଅ ନାରା ଦେଇଥିଲେ। ଏହି ପ୍ରତିବାଦ ସମୟରେ ବିଜେପିର ଶତାଧିକ କର୍ମୀ ଉପସ୍ଥିତ ଥିଲେ।

publive-image

ଆନ୍ଦୋଳନକାରୀଙ୍କ କହିବା ଅନୁସାରେ କଟକ ପ୍ରତି ରାଜ୍ୟ ସରକାର ଅଣଦେଖା କରିଛନ୍ତି। ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିପାରୁ ନାହିଁ। ତାମିଲ ଠିକାଦାରଙ୍କ ପ୍ରତି ପ୍ରିୟାପ୍ରୀତି ତୋଷଣ ଓ ତମାମ ଅଧାପନ୍ତରିଆ ପ୍ରକଳ୍ପକୁ ଉଦ୍‌ଘାଟନ କରିବା ଉଦେଶ୍ୟରେ ବିରୋଧ କରିଛି ଭାରତୀୟ ଜନତା ପାର୍ଟି। ଆନ୍ଦୋଳନକାରୀଙ୍କ ସହ ପୁଲିସର ଧସ୍ତାଧସ୍ତି ହୋଇଥିଲା। ପୁଲିସ ଆନ୍ଦୋଳନକାରୀଙ୍କୁ ବିକ୍ଷୋଭସ୍ଥଳରୁ  ଉଠାଇ ନେଇଥିଲା।

publive-image

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ବହୁପ୍ରତୀକ୍ଷିିତ କଟକର ଖାନ୍‌ନଗରସ୍ଥିତ ନେତାଜୀ ବସ ଟର୍ମିନାଲକୁ  ଉଦଘାଟନ କରିଛନ୍ତି। ଉଦ୍‌ଘାଟନ କରିବା ପରେ ସେ ବସ୍‌ ଟର୍ମିନାଲ ବୁଲି ଦେଖିଛନ୍ତି। ନେତାଜୀ ବସ ଟର୍ମିନାଲରୁ ପ୍ରଥମେ ପୁରୀ, ନବରଙ୍ଗପୁର ଓ ରାୟଗଡାକୁ ଯାତ୍ରୀବାହୀ ବସ୍‌ ଗଡ଼ିଛି।

କଟକ ସନସାଇନ ପଡ଼ିଆଠାରେ ହେଲିପ୍ୟାଡ଼ରେ ଅବତରଣ କଲା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବସ୍‌ ଟର୍ମିନାଲରେ ପହଞ୍ଚି ଥିଲେ। ଏହି ଅବସରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଂସଦ ଭର୍ତ୍ତୃହରି ମହତାବ, ୫ଟି ସଚିବ ଭିକେ ପାଣ୍ଡିଆନ୍‌, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ମହାନଗର ନିଗମ କମିସନର ନିଖିଲ ପବନ କଲ୍ୟାଣ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe