ହଳଦୀ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଭଲରିଂ ଫଣ୍ଡ ମାଧ୍ୟମରେ କୋଟିକୋଟି ଟଙ୍କା ସହାୟତା ଦେଉଛନ୍ତି: ପାଣ୍ଡିଆନ୍‌

Advertisment
ଯଦି ବିରୋଧୀ ନବୀନଙ୍କୁ ସ୍ୱଚ୍ଛ କହୁନାହାନ୍ତି ତେବେ ଏମାନେ ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି: ପାଣ୍ଡିଆନ୍‌

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ଫୁଲବାଣୀ ଗସ୍ତରେ ଯାଇ ନିର୍ବାଚନ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକ ଜନସଭାକୁ ଉଦବୋଧନ କରି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରେ ଉକ୍ତ ସଭାରେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ନେତା ତଥା ଶ୍ରୀ ପାଣ୍ଡିଆନ। ସେ କହିଛନ୍ତି ଯେ, ବିରୋଧୀ ବାରମ୍ବାର ରାଜ୍ୟବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛି। ୨୦୧୪ରେ ବିଜେପି ସରକାରକୁ ଆସିଲେ ୨ କୋଟି ଯୁବକ-ଯୁବତୀଙ୍କୁ ରୋଜଗାର ଦେବାର ପ୍ରତିଶ୍ରତି ଦେଇଥିଲା। ଦେଶରେ ବାର୍ଷିକ ୨ କୋଟି ରୋଜଗାର ମଳୁଥିଲେ ଏବେ ରାଜ୍ୟରେ ୮୦ ଲକ୍ଷ ଯୁବକଙ୍କୁ ଚାକିରି ମିଳିଥାନ୍ତା। ହେଲେ ବିଜେପି ତାହା ପୂରଣ କରିନାହିଁ।

ଶ୍ରୀ ପାଣ୍ଡିଆନ ଫୁଲବାଣୀର ଆଦିବାସୀ ସଂପ୍ରଦାୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି କି, ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇ-ଭଉଣୀମାନଙ୍କୁ ବହୁତ ଭଲ ପାଆନ୍ତି। ତେଣୁ ଆଦିବାସୀ ଭାଇଭଉଣୀଙ୍କ ଉପରେ ଥିବା ୫୦ ହଜାର ମାମଲା ରଦ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏଡିସି କରିଛନ୍ତି। ଏହାସହ ରାଜ୍ୟ ସରକାରଙ୍କ ଅନେକ ଜନହିତକର କାର୍ଯ୍ୟକୁ ମନେ ପକାଇ ଦେଇଛନ୍ତି। ସବୁଠାରୁ ବଡ କଥା ହେଉଛି ଫୁଲବାଣୀର ହଳଦୀ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଭଲରିଂ ଫଣ୍ଡ ମାଧ୍ୟମରେ କୋଟି କୋଟି ଟଙ୍କା ସହାୟତା ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe