ଭୁବନେଶ୍ବର: ପୁଣି ଥରେ କେନ୍ଦ୍ରକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀରେ ଜାତୀୟ ଦଳଗୁଡ଼ିକ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ନବୀନ। ସେ କହିଛନ୍ତି ଯେ ଜାତୀୟ ଦଳଗୁଡ଼ିକର ମୁଖ୍ୟ ଫୋକସ ହେଉଛି ହିନ୍ଦୀ । ଏକ ଆଞ୍ଚଳିକ ଦଳ ହିସାବରେ ବିଜେଡି ହିଁ ରାଜ୍ୟବାସୀଙ୍କ ସ୍ୱାର୍ଥ ପୂରଣ କରିପାରିବ। ଆଞ୍ଚଳିକ ଦଳ ହିଁ ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ କରିପାରିବ ବୋଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ବିଜେଡିର କେହି ବସ୍ ନାହାନ୍ତି । ଓଡ଼ିଶାବାସୀ ହିଁ ଆମ ବସ୍ ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ଆଞ୍ଚଳିକ ଦଳ ହିଁ ଆପଣଙ୍କ ଆଶା ଓ ଆକାଂକ୍ଷା ପୂରଣ କରିପାରିବ ବୋଲି ସେ କହିଛନ୍ତି। ବୈଠକରେ ବିଜେପି ଓ କଂଗ୍ରେସ ନେତାଙ୍କୁ ବି ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ସେମାନେ ଓଡ଼ିଶା କଥା ଚିନ୍ତା କରୁନାହାନ୍ତି, କେବଳ ଉଚ୍ଚ ପଦବୀ ଓ ମନ୍ତ୍ରୀ ହେବା ଆଶାରେ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/10/naveen.jpg)