ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି: ମୁଖ୍ୟ ଶାସନ ସଚିବ

ଆଜି ଠାରୁ ବାହାର ରାଜ୍ୟର ଅତିଥି ପହଞ୍ଚିବେ ପୁରୀଧାମ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି: ମୁଖ୍ୟ ଶାସନ ସଚିବ

ପୁରୀ: ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଲୋକାର୍ପଣ ପୂର୍ବରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ଏହାର ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପ ବୁଲି ଦେଖିବା ପରେ  ମୁଖ୍ୟ ଶାସନ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ଭିଭିଆଇପି ଶ୍ରୀମାର୍ଗ ଦେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ପହଞ୍ଚିବେ। ଆଜି ଠାରୁ ବାହାର ରାଜ୍ୟର ଅତିଥିମାନେ ପୁରୀଧାମ ପହଞ୍ଚିବେ। ସେହିପରି ୧୭ ତାରିଖ ଲୋକାର୍ପଣ ପରେ ଶ୍ରୀ ସେତୁ ସ୍ବାଗତ ତୋରଣ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସ୍ବଚ୍ଛତା ରକ୍ଷା ସହ ରକ୍ଷଣାବେକ୍ଷଣ କରିବା ଆମ ସମସ୍ତଙ୍କ ଦାୟିତ୍ଵ। ଆଜି ଠାରୁ ଯଜ୍ଞ ଆରମ୍ଭ ହୋଇଥିବା ବେଳେ ସମଗ୍ର ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

publive-image

ମୁଖ୍ୟ ଶାସନ ସଚିବଙ୍କ ଭଳି ଶ୍ରୀକ୍ଷେତ୍ରରେ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି। ସେ ଯଜ୍ଞସ୍ଥଳ, ଶ୍ରୀସେତୁ, ଶ୍ରୀମାର୍ଗ ଓ ଜଗନ୍ନାଥ ବଲ୍ଲଭ ଅଂଚଳ ବୁଲି ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ଏହି ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ କେନ୍ଦ୍ରାଂଚଳ ଆଇଜି ଓ ପୁରୀ ଏସ୍‌ପି। ଜାନୁଆରି ୧୭ରେ ଶ୍ରୀମନ୍ଦିର ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ଶ୍ରୀକ୍ଷେତ୍ର ୪ ଥାକିଆ କଡ଼ା ସୁରକ୍ଷାରେ ରହିବ। ଟ୍ରାଫିକ୍, ଭିଆଇପି, ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ। ସୁରକ୍ଷା ଦାୟିତ୍ୱରେ  ୮୦ ପ୍ଲାଟୁନ୍ ଫୋର୍ସ ଓ ୩ଟି ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ ରହିବେ। ୧୦୦ ଜଣ ସୁପରଭାଇଜର ଅଫିସର ସୁରକ୍ଷା ଦାୟିତ୍ୱରେ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe