ଟେକ୍ନୋଲୋଜି ଓ ଭିତ୍ତିଭୂମି ଉପରେ ଫୋକସ୍‌କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, କହିଲେ- ମଧ୍ୟବିତ୍ତ ଲୋକଙ୍କ ପାଇଁ କେନ୍ଦ୍ର ବଜେଟ୍‌ରେ ବିଶେଷ କିଛି ନାହିଁ

Advertisment
୨୦୩୬ ସୁଦ୍ଧା ସଶକ୍ତ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି।  ଏହି ବଜେଟ୍‌ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀ ପଟ୍ଟନାୟକ ଟେକ୍ନୋଲୋଜି ଓ ଭିତ୍ତିଭୂମି ଉପରେ ଫୋକସ୍‌କୁ ପ୍ରଶଂସା କରିଛନ୍ତି। କରୋନା ମହାମାରୀ ସମୟରେ ଶିକ୍ଷା ଓ ସ୍ବାସ୍ଥ୍ୟ ବିକାଶରେ ଏହା ସହାୟକ ହେବ ହେବ ବୋଲି ମତ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି , କେନ୍ଦ୍ରର ବଜେଟ୍‌ରେ କେତେକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ବ୍ୟୟବରାଦ୍‌ ହ୍ରାସ କରାଯାଇଛି। କୃଷି ଓ କୃଷକଙ୍କ ବିକାଶ, ଉଚ୍ଚଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ବ୍ୟୟବରାଦ ହ୍ରାସ ହୋଇଛି। ଏହା ବିକାଶ ଉପରେ ପ୍ରଭାବ ପକାଇବ। ସେହିପରି ମନରେଗାରେ ବ୍ୟୟବରାଦ ହ୍ରାସ ଯୋଗୁଁ ଗରିବ ଲୋକେ ପ୍ରଭାବିତ ହେବେ। ଏନ୍‌ଏଫ୍‌ଏସ୍‌ଏ ଅନ୍ତର୍ଗତ ଖାଦ୍ୟ ସବ୍‌ସିଡିରେ ବ୍ୟୟବରାଦ ହ୍ରାସ ପାଇଛି। ଏହା ଦ୍ବାରା ଚାଷୀ ପ୍ରଭାବିତ ହେବେ।

ଦର ବୃଦ୍ଧି ଯୋଗୁଁ ମଧ୍ୟବିତ୍ତ ଶ୍ରେଣୀ ଓ ଗରିବ ଶ୍ରେଣୀର ଲୋକେ ବହୁ ପ୍ରଭାବିତ ହୋଇଛନ୍ତି । ଏଲ୍‌ପିଜି ଗ୍ୟାସ ଦର ବୃଦ୍ଧି ଯୋଗୁଁଁ ଲୋକଙ୍କର ଆର୍ଥିକ ପରିସ୍ଥିତି ବିଗିଡ଼ିଛି। ଏହାଦ୍ବାରା ମହିଳାମାନେ ଖର୍ଚ୍ଚାନ୍ତ ହେଉଛନ୍ତି। ସେହିପରି ଏଲ୍‌ପିଜି ସବ୍‌ସିଡି କମି ଥିବାରୁ ମହିଳା ଓ ଗୃହ ଅର୍ଥନୀତି ପ୍ରଭାବିତ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି  ବଜେଟରେ ମଧ୍ୟବିତ୍ତ ଲୋକଙ୍କ ପାଇଁ ବିଶେଷ କିଛି ନାହିଁ। ସେମାନେ ନିରାଶ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗ୍ରାମ୍ୟ ଗୃହ ଯୋଜନାରେ ଓଡ଼ିଶାକୁ ଅବହେଳା ଆମକୁ ବ୍ୟଥିତ କରିଛି। ଓଡ଼ିଶା ପ୍ରତି ହୋଇଥିବା ଅନ୍ୟାୟର ବିଚାର କରିବା ପାଇଁ ନବୀନ ପଟ୍ଟନାୟକ ‌ଦାବି କରିଛନ୍ତି। ପୁଷ୍ଟିକର ସୁରକ୍ଷା ତଥା କୃଷକଙ୍କ ଆୟ ବୃଦ୍ଧିରେ ‘ଓଡିଶା ମିଲେଟ ମିଶନ’ ବୈପ୍ଲବିକ ପରିବର୍ତ୍ତନ ଆଣିଛି । ଭାରତ ସରକାର କେନ୍ଦ୍ର ବଜେଟରେ ମିଲେଟର ଗୁରୁତ୍ୱକୁ ସ୍ୱୀକୃତି ଦେଇଛନ୍ତି। ତେଣୁ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ନେଇ ମୁଁ ଖୁସି ଅନୁଭବ କରୁଛି। ପିଏମ୍‌ଏୱାଇ ଜଳ ଜୀବନ ମିଶନକୁ ଅଧିକ ଅନୁଦାନ ମିଳିଛି। ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। ମୁଁ ଆଶା କରୁଛି ଯେ, ଆବାସ ଯୋଜନାରେ ଗୃହ ପାଇ ନଥିବା ଗରିବ ଓ ଆଦିବାସୀ ‌ଲୋକଙ୍କୁ ସାମିଲ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe