ବିଜେପୁର ବିଧାନସଭା ଆସନ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୩ ରାଜ୍ୟସଭା ଆସନ ଲାଗି ବିଜ୍ଞପ୍ତି ଜାରି; ଜାଣନ୍ତୁ ପ୍ରାର୍ଥୀ ଦୌଡ଼ରେ ଅଛନ୍ତି କିଏ ?

The Week

ଭୁବନେଶ୍ୱର: ଶେଷରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବିଜେପୁର ବିଧାନସଭା ଆସନ ଛାଡ଼ିଛନ୍ତି। ବିଜେପୁର ଆସନ ଛାଡ଼ିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ନିଜର ଇସ୍ତଫା ପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି। ସୂଚନାଯୋଗ୍ୟ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଓ ହିଞ୍ଜିଳି ଆସନରୁ ବିଜୟୀ ହୋଇଥିଲେ। ପ୍ରଥମ ଥର ପାଇଁ ସେ ୨ଟି ଆସନରୁ ଲଢ଼ି ବିଜୟୀ ହୋଇଥିଲେ।

ସୂଚନାଯୋଗ୍ୟ ବିଜେପୁର ବିଧାନସଭା ଆସନରେ ନବୀନ ପଟ୍ଟନାୟକ ୫୭, ୧୨୨ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଥିଲେ। ନବୀନଙ୍କୁ ୧,୧୦,୬୦୪ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସନତ କୁମାର ଗୌନ୍ତିଆଙ୍କୁ ୫୩,୪୮୨ ଖଣ୍ଡ ଭୋଟ୍‌ ମିଳିଥିଲା।

ସେହିପରି ହିଞ୍ଜିଳି ବିଧାନସଭା ଆସନରେ ନବୀନ ପଟ୍ଟନାୟକଙ୍କୁ ୯୪,୦୬୫ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟଙ୍କୁ ୩୩,୯୦୫ ଖଣ୍ଡ ଭୋଟ୍‌ ମିଳିଥିଲା। ବିଜେଡ଼ି ମୁଖ୍ୟ ନବୀନ ହିଞ୍ଜିଳିରୁ ୬୦,୧୬୦ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe