‘ମୋ ବସ୍‌’ରେ ଏୟାରପୋର୍ଟ ଛକରୁ ଜୟଦେବ ଭବନ ଗଲେ ମୁଖ୍ୟମନ୍ତ୍ରୀ: ସାଧାରଣ ଯାତ୍ରୀଙ୍କ ଭଳି ଟିକେଟ କାଟିଲେ, ସହଯାତ୍ରୀଙ୍କ ସହ କଥା ହେଲେ

Advertisment
‘ମୋ ବସ୍‌’ରେ ଏୟାରପୋର୍ଟ ଛକରୁ ଜୟଦେବ ଭବନ ଗଲେ ମୁଖ୍ୟମନ୍ତ୍ରୀ: ସାଧାରଣ ଯାତ୍ରୀଙ୍କ ଭଳି ଟିକେଟ କାଟିଲେ, ସହଯାତ୍ରୀଙ୍କ ସହ କଥା ହେଲେ

File Photo

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ‘ମୋ ବସ୍‌’ରେ ବସି ଯାତ୍ରା କରିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ‘ମୋ ବସ୍‌’ ସେବାର ୧ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋ ବସ୍‌ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜୟଦେବ ଭବନ ଅଭିମୁଖେ ଯାତ୍ରା କରିଛନ୍ତି। ବସ୍‌ ଭିତରେ ନବୀନ ଜଣେ ସାଧାରଣ ଯାତ୍ରୀଙ୍କ ଭଳି ଟିକେଟ କାଟିଛନ୍ତି। ସେ ଯାତ୍ରା ସମୟରେ ଅନ୍ୟ ଯାତ୍ରୀମାନଙ୍କ ସହିତ କଥା ମଧ୍ୟ ହୋଇଛନ୍ତି।

ସୂଚନାଯୋଗ୍ୟ ୨୦୧୮ ନଭେମ୍ବର ୬ ତାରିଖରେ ‘ମୋ ବସ୍‌’ ସେବା ଆରମ୍ଭ ହୋଇଥିଲା। ଉଦ୍‌ଘାଟନୀ ଅବସରରେ ପ୍ରଥମ ‘ମୋ ବସ’ ଭୁବନେଶ୍ୱରରୁ କଟକ ଗଡ଼ିଥିଲା। ପୁରୁଷ ହକି ବିଶ୍ୱକପ୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ମୋ ବସ୍‌ ଯେଜନା ଆଜି ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀ ପାଇଁ ଏକ ଲୋକପ୍ରିୟ ବସ ସେବା ବ୍ୟବସ୍ଥା ହୋଇପାରିଛି।

publive-image Kanak News

ଯାତ୍ରୀମାନେ କମ ସମୟରେ ଓ ଠିକ ମୂଲ୍ୟରେ ଅତ୍ୟାଧୁନିକ ଯାତ୍ରା ସୁବିଧା ପାଇ ପାରୁଛନ୍ତି। ମୋ ବସ୍‌ରେ ଥିବା ଡିଜିଟାଲ ବ୍ୟବସ୍ଥା ଓ ସୂଚନା ଯାତ୍ରୀମାନଙ୍କୁ ଅଧିକ ଖୁସି ଯୋଗାଉଛି। ଏଥିସହ  ଆପ୍‌ ମାଧ୍ୟମରେ ବସ ଚଳାଚଳ ସଂପର୍କିତ ସୂଚନା ମଧ୍ୟ ମିଳି ପାରୁଛି। ରାଜ୍ୟର ପ୍ରମୁଖ ସହର ଭୁବନେଶ୍ୱର, କଟକ ଓ ପୁରୀରେ ଏବେ ପାଖାପାଖି ୨୦୦ ବସ୍‌ ଚାଲୁଛି। ଆଗାମୀ ଦିନରେ ଏହି ସେବା ଆହୁରି ଅଧିକ ହେବ ବୋଲି ଆଶା କରାଯାଉଛି।

ଦେଶ ବିଦେଶର ପର୍ଯ୍ୟଟକମାନେ ୨୦୧୮ ହକି ବିଶ୍ୱକପ ସମୟରେ ଓଡ଼ିଶାକୁ ଆସି ‘ମୋ ବସ୍‌’ରେ ଯୋଗାଯାଉଥିବା ସେବାକୁ ନେଇ ସନ୍ତୁଷ୍ଟି ପ୍ରକାଶ କରିଥିଲେ । ବିଶେଷ କରି ‘ମୋ ବସ୍‌’ରେ ୱାଇଫାଇ ସେବା ସହିତ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଥିବାରୁ ବସ୍‌ ଭିତରେ ଅପରାଧିକ କାର୍ଯ୍ୟାକଳାପକୁ ଏଡ଼ାଇ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe