ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

Advertisment

ଶକ୍ତି ପ୍ରତିଷ୍ଠାନ ଖୋଲିବା ବଦଳରେ ଆଞ୍ଚଳିକ ଅଫିସ ବନ୍ଦ

ଶକ୍ତି ପ୍ରତିଷ୍ଠାନ ଖୋଲିବା ବଦଳରେ ଆଞ୍ଚଳିକ ଅଫିସ ବନ୍ଦ

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ଜାତୀୟ ଶକ୍ତି ପ୍ରତିଷ୍ଠାନ ବା ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏନର୍ଜି ଆଣ୍ଡ ଇନୋଭେସନ ସ୍ଥାପନ ପାଇଁ ରାଜ୍ୟ ସରକାର ୭୩.୬୮ ଏକର ଜମି ପ୍ରଦାନ କରିଛନ୍ତି। ଏହା ସହିତ ଭୁବନେଶ୍ୱରରେ ପ୍ରତିଷ୍ଠାନର ସହର କାର୍ଯ୍ୟାଳୟ ଖୋଲିବା ପାଇଁ ୧ଏକର ଜାଗା ଚିହ୍ନଟ କରାଯାଇଛି। କିନ୍ତୁ ଜାତୀୟ ପ୍ରତିଷ୍ଠାନ ଖୋଲିବା ତ ଦୂର, ଇତିମଧ୍ୟରେ ଏହାର ଆଞ୍ଚଳିକ ଅଫିସ ବନ୍ଦ ନିର୍ଦେଶ ଦିଆଯାଇଛି।

ଆଜି ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଜାତୀୟ ଶକ୍ତି ପ୍ରତିଷ୍ଠାନର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ସେହିପରି ଭୁବନେଶ୍ୱର ଆଞ୍ଚଳିକ ଅଫିସ ପୁଣି ଖୋଲିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚିଠି ଜରିଆରେ ନିବେଦନ କରିଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe