କଡା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

Advertisment

ବିଏମସି ଅତିରିକ୍ତ କମିସନରଙ୍କୁ ଆକ୍ରମଣକୁ ମୁଁ ନିନ୍ଦା କରିଛି। ଏହା ମୋତେ ମଧ୍ୟ ମର୍ମାହତ କରିଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଏହାକୁ ଆମ ସରକାର ନିନ୍ଦା କରୁଛି...

Updated On

ବିଏମସି ଅତିରିକ୍ତ କମିସନରଙ୍କୁ ଆକ୍ରମଣକୁ ମୁଁ ନିନ୍ଦା କରିଛି। ଏହା ମୋତେ ମଧ୍ୟ ମର୍ମାହତ କରିଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଏହାକୁ ଆମ ସରକାର ନିନ୍ଦା କରୁଛି...

ଅଦ୍ୟତନ ହୋଇଛି
12a

ଭୁବନେଶ୍ବର: ବିଏମସି ଅତିରିକ୍ତ କମିସନରଙ୍କୁ ଆକ୍ରମଣକୁ ମୁଁ ନିନ୍ଦା କରିଛି। ଏହା ମୋତେ ମଧ୍ୟ ମର୍ମାହତ କରିଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଏହାକୁ ଆମ ସରକାର ନିନ୍ଦା କରୁଛି। ଯେଉଁମାନେ ଏହି ଘଟଣାରେ ସଂପୃକ୍ତ ଅଛନ୍ତି ତାଙ୍କୁ ସରକାର କ୍ଷମା କରିବେ ନାହିଁ। ଆକ୍ରମଣକାରୀଙ୍କ ଭିତରୁ ୩ ଜଣଙ୍କୁ ଗିରଫ କରାଯାଇଛି।  

ଆଇନ ଅନୁଯାୟୀ ସେମାନେ ଦଣ୍ଡିତ ହେବେ। ବିଜେପି ଏକ ନୀତି ଆଦର୍ଶର ପାର୍ଟି। ସେମାନେ ବିଜେପି କର୍ମୀ ହୋଇଥିଲେ ମଧ୍ୟ ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ। ସେମାନଙ୍କ ଭିତରେ ଜଣେ କର୍ପୋରେଟର ଅଛନ୍ତି। ତଦନ୍ତ ପରେ ସବୁ ସତ୍ୟାସତ୍ୟ ସାମ୍ନାକୁ ଆସିବ। ତଦନ୍ତରେ କୌଣସି ପ୍ରକାର ଢିଲା କରାଯିବ ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର କେବେ କୌଣସି ଦୋଷୀଙ୍କୁ ଛାଡି ନାହାନ୍ତି। ଆଜି ସଂଗେ ସଂଗେ ୩ ଜଣଙ୍କୁ ଗିରଫ କରାଯାଇଛି।

ଜଣେ କାର୍ଯ୍ୟରତ ଅଧିକାରୀଙ୍କୁ କାର୍ଯ୍ୟରେ ବ୍ୟାଘାତ କରିବା ଠିକ୍ ନୁହେଁ। ବିଜେଡି ରାଜନୈତିକ ଉଦ୍ଦେଶ୍ୟ ନେଇ ରାଜନୈତିକ ରଙ୍ଗ ଦେବାକୁ ଚେଷ୍ଟା କରୁଛି। କିନ୍ତୁ ବିଗତ ସରକାରକୁ ଆପଣ ଦେଖିଛନ୍ତି। ଆଉ ଏବେ ସରକାରକୁ ଆପଣ ଦେଖୁଛନ୍ତି। ଏତଲା ଦେବାର ଘଂଟାଏ ଭିତରେ ଦୋଷୀଙ୍କୁ ଗିରଫ କରିଛନ୍ତି। ପୁଲିସ ନିୟମ ଅନୁଯାୟୀ କାମ କରୁଛନ୍ତି।

ଯେଉଁମାନେ ଚାକିରୀ କରୁଛନ୍ତି ସେମାନେ ମଧ୍ୟ ନିଷ୍ଠାର ସହ କାମ କରୁଛନ୍ତି। ସେମାନଙ୍କ ସମ୍ମାନ ଓ ତାଙ୍କୁ ସୁରକ୍ଷା ଦେବା ସରକାରଙ୍କର ଦାୟିତ୍ୱ। ସରକାର ସେ ଉପରେ ସଜାଗ ଅଛନ୍ତି। ଏ ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe