ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ଅବସରରେ ରେଡକ୍ରସ୍ ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶଂସା କରିଛନ୍ତି। ସଙ୍କଟ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନଙ୍କ ଅଟଳ ମନୋଭାବ ଏବଂ ମାନବିକ ସେବା ସମାଜ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରାଯାଇଥିବା ଏକ ବାର୍ତ୍ତାରେ, ମୁଖ୍ୟମନ୍ତ୍ରୀ ସ୍ୱେଚ୍ଛାସେବୀମାନଙ୍କ ନିସ୍ୱାର୍ଥପର ସମର୍ପଣ ଭାବନାକୁ ପ୍ରଶଂସା କରିଛନ୍ତି ଏବଂ ସଙ୍କଟ ଜନକ ସ୍ଥିତିରେ ରିଲିଫ୍ ଏବଂ ସମର୍ଥନ ପ୍ରଦାନ କରିବାରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିଛନ୍ତି।
On #WorldRedCrossDay, we salute the unwavering spirit of the Red Cross volunteers who bring hope and healing to those in need. In #Odisha, we deeply value their selfless service--especially during disasters, when their courage and compassion shine the brightest. Let us continue… pic.twitter.com/6l5QAh5nFf
— Mohan Charan Majhi (@MohanMOdisha) May 8, 2025
ମୁଖ୍ୟମନ୍ତ୍ରୀ କହିଛନ୍ତି ବିଶ୍ୱ ରେଡକ୍ରସ ଦିବସ ଅବସରରେ, ଆମେ ରେଡକ୍ରସ୍ ସ୍ୱେଚ୍ଛାସେବକୀଙ୍କ ଅଟଳ ମନୋବଳକୁ ସାଲ୍ୟୁଟ୍ କରୁଛୁ ଯେଉଁମାନେ ସଙ୍କଟଗ୍ରସ୍ତ ଲୋକଙ୍କ ପାଇଁ ଆଶାର କିରଣ ଆଣିଥାନ୍ତି। ଆମେ ସେମାନଙ୍କର ନିଃସ୍ୱାର୍ଥପର ସେବାକୁ ପ୍ରଶଂସା କରୁଛୁ।
ଅଧିକ ପଢ଼ନ୍ତୁ: ମାଓବାଦୀଙ୍କ ଦ୍ୱାରା ବିଛାଯାଇଥିବା ଆଇଇଡି ବିସ୍ଫୋରଣରେ ୩ ଯବାନ ସହିଦ
ବିପର୍ଯ୍ୟୟ ସମୟରେ, ସେମାନଙ୍କର ସାହସ ଏବଂ କରୁଣା ଉଜ୍ଜ୍ୱଳ ତାରକା ଭାବେ କାର୍ଯ୍ୟ କରିଥାଏ। ଆସନ୍ତୁ ଆମେ ମାନବିକ ପ୍ରୟାସକୁ ସମର୍ଥନ କରିବା ଏବଂ ରେଡକ୍ରସ୍ ପ୍ରତିନିଧିତ୍ୱ କରୁଥିବା ମାନବିକତା, ନିରପେକ୍ଷତା ଏବଂ ସ୍ୱେଚ୍ଛାସେବୀ ସେବାର ଆଦର୍ଶକୁ ବଜାୟ ରଖିବା।
ଅଧିକ ପଢ଼ନ୍ତୁ: ପୁଲିସକର୍ମୀଙ୍କ ଛୁଟି ରଦ୍ଦ, ବନ୍ଦ ହେଲା ସ୍କୁଲ; 'ଅପରେସନ ସିନ୍ଦୂର' ପରେ ପଞ୍ଜାବ-ରାଜସ୍ଥାନରେ ହାଇଆଲର୍ଟ
CM Mohan Charan Majhi | World Red Cross Day