ମୋ କଲେଜ ଅଭିଯାନ: ଦେଢ଼ କୋଟି ଟଙ୍କାର ମ୍ୟାଚିଂଗ୍ରାଣ୍ଟ ଦେଲେ ମୁଖ୍ୟମନ୍ତ୍ରୀ, ୧୨ କଲେଜ ଓ ୨ ବିଶ୍ୱବିଦ୍ୟାଳୟର ହେବ ରୂପାନ୍ତରଣ

Advertisment
ମୋ କଲେଜ ଅଭିଯାନ: ଦେଢ଼ କୋଟି ଟଙ୍କାର ମ୍ୟାଚିଂଗ୍ରାଣ୍ଟ ଦେଲେ ମୁଖ୍ୟମନ୍ତ୍ରୀ, ୧୨ କଲେଜ ଓ ୨ ବିଶ୍ୱବିଦ୍ୟାଳୟର ହେବ ରୂପାନ୍ତରଣ

ଭୁବନେଶ୍ୱର: ମୋ କଲେଜ ଅଭିଯାନରେ ରାଜ୍ୟରେ କିଛି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ରୂପାନ୍ତରଣ ହେବ। ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧.୫ କୋଟି ଟଙ୍କାର ମ୍ୟାଚିଂ ଗ୍ରାଣ୍ଟ ପ୍ରଦାନ କରିଛନ୍ତି। ଏହି ରାଶିରେ ରାଜ୍ୟର ୧୨ଟି ମହାବିଦ୍ୟାଳୟ ଓ ୨ଟି ବିଶ୍ୱବିଦ୍ୟାଳୟ ରୂପାନ୍ତରଣ କାମ କରାଯିବ । ମୋି କଲେଜ୍ ଅଭିଯାନ ମୁତାବକ ଯେତିକି ଅର୍ଥ ଶିକ୍ଷାନୁଷ୍ଠାନଗୁଡ଼ିକର ପୁରୁଣା ଛାତ୍ରଙ୍କ ଠାରୁ ସଂଗୃହୀତ ହୋଇଛି, ତାର ଦୁଇଗୁଣା ଅର୍ଥ ସରକାର ମ୍ୟାଚିଂଗ୍ରାଣ୍ଟ ପ୍ରଦାନ କରିଛନ୍ତି।
ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୫-ଟି ଅଧିନରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪୦ଟି ଉଚ୍ଚ ଶିକ୍ଷାନୁଷ୍ଠାନର ବିକାଶମୂଳକ କାର୍ଯ୍ୟ କରାଯିବ। ଏହି ରାଶି ବିନିଯୋଗରେ ଅତ୍ୟାଧୁନିକ କ୍ୟାମ୍ପସ୍, କ୍ଲାସରୁମ୍ ନିର୍ମାଣ କରାଯିବ। ଏହା ଫଳରେ ରାଜ୍ୟର ୩୦ ହଜାରରୁ ଅଧିକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏଥିରୁ ସୁବିଧା ମିଳିପାରିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍କୁଲ ରୂପାନ୍ତରଣ କାର୍ଯ୍ୟର ସଫଳତା ପରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ରୂପାନ୍ତରଣ କାର୍ଯ୍ୟ ପାଇଁ ପ୍ରେରଣା ମିଳିଛି। ରାଜ୍ୟ ସରକାର ଆଗାମୀ ନଭେମ୍ବର ୧୪ ତାରିଖ ସୁଦ୍ଧା ୧୦୭୦ ସ୍କୁଲର ରୂପାନ୍ତରିତ କରିବେ। ଏଥିରୁ ଏପର୍ଯ୍ୟନ୍ତ ୫୦ଟିର କାମ ଶେଷ ହୋଇସାରିଛି। ଗଂଜାମ ଜିଲ୍ଲାର ହିଞ୍ଜିଳି ବ୍ଲକରେ କିଛି ମାସ ପୂର୍ବରୁ ସ୍କୁଲଗୁଡ଼ିକର ରୂପାନ୍ତରଣ କାର୍ଯ୍ୟ କରାଯାଇଛି।

ଏହି ଅବସରରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ, ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ, ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ବିଶ୍ୱବିଦ୍ୟାଳୟର କୁଳପତି, ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe