ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ୬ ହଜାର ଟଙ୍କା ଦେଲେ ନୂଆପଡ଼ାର ୧୨ ମହିଳା ସ୍ଵୟଂସହାୟକ ଗୋଷ୍ଠୀ

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ୬ ହଜାର ଟଙ୍କା ଦେଲେ ନୂଆପଡ଼ାର ୧୨ ମହିଳା ସ୍ଵୟଂସହାୟକ ଗୋଷ୍ଠୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ୧୨ଟି ଏସଏଚଜି ଗ୍ରୁପ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ୬ ହଜାର ଟଙ୍କା ଦେଇଥିବାର ଜଣାଯାଇଛି।
ନୂଆପଡା ଜିଲ୍ଲାର ଏସଏଚଜି ମହିଳାମାନେ ମଧ୍ୟ ଦେଶର ଏହି ପରିସ୍ଥିତି ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ଜିଲ୍ଲାର ୧୨ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମଙ୍ଗଳବାର ଦିନ ନୂଆପଡ଼ା ମିଶନ ଶକ୍ତି ଦ ସହାୟତା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅର୍ଥ ପ୍ରଦାନ କରିଛନ୍ତି। ୧୨ଜଣ ମହିଳା ଗୋଷ୍ଠୀ ୧ଲକ୍ଷ ୬ହଜାର ଟଙ୍କାର ସହାୟତା କରିଛନ୍ତି। ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ନିଜ ନିଜ ଗୋଷ୍ଠୀର ସହାୟତା ଅର୍ଥ ଚେକ୍ ପ୍ରଦାନ କରିଛନ୍ତି। ସେହିପରି ନୂଆପଡ଼ାର ମାତାରାଣୀ ସ୍ବୟଂ ମହାୟକ ଗୋଷ୍ଠୀ ୧୦୦ଟି ମାସ୍କ ପ୍ରଦାନ କରିଥିବା ବେଳେ କୋମନା ବ୍ଲକ ସିଲେଟପାଣି ଗ୍ରାମର ଉତ୍କଳ ଲକ୍ଷ୍ମୀ ମହିଳା କମିଟି ସର୍ବାଧିକ ୩୦ ହଜାର ଟଙ୍କା ଅର୍ଥ ପ୍ରଦାନ କରିଛନ୍ତି।

publive-image

ଏହି ଚେକ୍ ପ୍ରଦାନ ବେଳେ ନୂଆପଡ଼ା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଦୁଲତା ପାତ୍ର, ଅତିରିକ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାର ପ୍ରମୋଦ କୁମାର ଦାସ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି ରାମ ତାଣ୍ଡି, ଜିଲ୍ଲା ମିଶନ ଶକ୍ତି ସଂଯୋଜକ ନର୍ମଦା ବେହେରା ଖଡ଼ିଆଳ ବ୍ଳକ ମିଶନ ଶକ୍ତି ପ୍ରକଳ୍ପ ସଂଯୋଜକ ସମ୍ପଦ ଦାସ , ନୂଆପଡ଼ା ସ୍ମୃତି ରଞ୍ଜନ ପାଣିଗ୍ରାହୀ, ସିନାପାଳି ବିଜୟ ଭିତିରିଆ, କୋମନା ଧନିରାମ ଶବର, ସ୍ବୟଂଶକ୍ତି ମହିଳା ମହାସଂଘର ସଭାନେତ୍ରୀ ମମତା ମଞ୍ଜରୀ ଥପା, ସାବିତ୍ରୀ ମେହେର, ଭୂମିକା ସାହୁ, ଟିକେଶ୍ବର ସାହୁ, ଦ୍ରୋପଦୀ ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe