ରାଜ୍ୟ ପାଇଁ ୯୫ ପ୍ରତିଶତ ଟିକା ଆବଣ୍ଟନ ମାଗିଛନ୍ତି ମୁଖ୍ୟମନ୍ତ୍ରୀ

Advertisment
ରାଜ୍ୟ ପାଇଁ ୯୫ ପ୍ରତିଶତ ଟିକା ଆବଣ୍ଟନ ମାଗିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ୯୫ ପ୍ରତିଶତ ଟିକା ଆବଣ୍ଟନ ମାଗିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଅନୁଷ୍ଠିତ ହୋଇଥିବା ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଟିକାକରଣ ପ୍ରସଙ୍ଗ ଉଠାଇଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେ ଟିକାକରଣରେ ଓଡିଶା ବହୁତ ଭଲ ପ୍ରଦର୍ଶନ କରୁଛି ଏବଂ ଆମର ଅପଚୟ ଦେଶରେ ସର୍ବନିମ୍ନ ରହିଛି।

publive-image

ଏଥିସହିତ ସେ କହିଛନ୍ତି ଯେ, ଓଡ଼ିଶାରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ୍ ଅଛି। ତେବେ ଘରୋଇ ହସ୍ପିଟାଲକୁ ୨୫ପ୍ରତିଶତ ଟିକା ଆବଣ୍ଟନ ବ୍ୟବସ୍ଥା ଥିବାରୁ ଓଡ଼ିଶା କୋଟା କମୁଛି। ଘରୋଇ ହସ୍ପିଟାଲକୁ ୫ପ୍ରତିଶତ ଟିକା ଦେଇ ୯୫ପ୍ରତିଶତ ରାଜ୍ୟ ସରକାରଙ୍କୁ ଦିଆଯାଉ। ଏହା ରାଜ୍ୟରେ ଟିକାକରଣକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ବୋଲି ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଦାବି କରିଛନ୍ତି।

କରୋନାର ତୃତୀୟ ଲହର ପିଲାଙ୍କ ଉପରେ ଅଧିକ ପ୍ରଭାବ ପକାଇବ ବୋଲି କୁହାଯାଉଥିବା ବେଳେ ନବୀନ ପଟ୍ଟନାୟକ ଅନୁରୋଧ କରି କହିଛନ୍ତି, ଯେ ୧୨-୧୮ବର୍ଷର ପିଲାଙ୍କ ପାଇଁ ଟିକାକୁ ପ୍ରାଥମିକତା ଦିଆଯାଇ ଯଥାଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe