କରୋନାରେ ପ୍ରାଣ ହରାଇଥିବା ୨ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

Advertisment
କରୋନାରେ ପ୍ରାଣ ହରାଇଥିବା ୨ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ କରୋନାରେ ପ୍ରାଣ ହରାଇଥିବା ୨ ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ଏନେଇ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଟୁଇଟ୍ କରି ସୂଚନା ଦେଇଛନ୍ତି। ଉଭୟଙ୍କ ପରିବାରକୁ ସହାୟତା ପ୍ରଦାନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛନ୍ତି |

ଏହି ଦୁଇ ସାମ୍ବାଦିକ ଗଞ୍ଜାମର ପ୍ରିୟଦର୍ଶୀ ପଟ୍ଟନାୟକ ଓ ଗଜପତିର କେ.ସିଏଚ୍. ରତ୍ନମ । ପ୍ରିୟଦର୍ଶୀ ପଟ୍ଟନାୟକ ଦୈନିକ ‘ସମାଜ’ର ପ୍ରତିନିଧି ଥିବା ବେଳେ କେ.ସିଏଚ୍. ରତ୍ନମ ନ୍ୟୁଜ୍ ଟୁଡେର ସାମ୍ବାଦିକ ଥିଲେ। ଉଭୟଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ଓଡ଼ିଶା ସରକାର ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କାର ସହାୟତା ତାଙ୍କ ପରିବାରକୁ ସହାୟତା ଦିଆଯିବ ବୋଲି ଘୋଷଣା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe