ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ବନ୍ୟାଂଚଳ ପରିଦର୍ଶନ କରିବେ। ବନ୍ୟାଂଚଳ ପରିଦର୍ଶନ ପରେ ସେ ଅଧିକାରୀଙ୍କ ସହିତ ବୈଠକ କରିବେ। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ରାଜ୍ୟରେ ବନ୍ୟା ସ୍ଥିତି ନେଇ ମଧ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବନ୍ୟା ଯୋଗୁଁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ୩ଟି ବ୍ଲକ ଉପରେ ବନ୍ୟାର ଅଧିକ ପ୍ରଭାବ ପଡ଼ିଛି। ବ୍ରାହ୍ମଣୀ ସିଷ୍ଟମର ରେଙ୍ଗାଲି ଡ୍ୟାମର କେବଳ ୪ଟି ଗେଟ୍ ଖୋଲାଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାର ବରୀରେ ବ୍ୟାପକ କ୍ଷତି ହୋଇଛି।
ଶ୍ରୀ ତ୍ରିପାଠୀ କହିଛନ୍ତି, ରାଜ୍ୟରେ କ୍ରମାଗତ ଭାବେ ୩ଟି ବନ୍ୟା ଆସିବା ଫଳରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ବନ୍ୟା ଆସିଛି। ମୁଣ୍ଡଳିରେ ଆସନ୍ତା ୨୪ ଘଣ୍ଟା ଯାଏଁ ହାଇ ଲେବଲ୍ ଫ୍ଲୋ ୨୪ ଘଣ୍ଟା ପର୍ଯ୍ୟନ୍ତ ରହିବ। ଆସନ୍ତାକାଲି ୧୦ରୁ ୧୧ ଭିତରେ ଜଳସ୍ରୋତ କମିବ।
Follow Us