ସିଏମ୍‌ସି ଜାରିକଲା ନିୟମ : ହଟ୍‌ସ୍ପଟ୍‌ରୁ କଟକ ଆସିଲେ କ୍ବାରାଣ୍ଟିନ ବାଧ୍ୟତାମୂଳକ

Advertisment
ସିଏମ୍‌ସି ଜାରିକଲା ନିୟମ : ହଟ୍‌ସ୍ପଟ୍‌ରୁ କଟକ ଆସିଲେ କ୍ବାରାଣ୍ଟିନ ବାଧ୍ୟତାମୂଳକ

Media4growth

କଟକ : ମହାନଗର ନିଗମରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ବଢ଼ି ଚାଲିଥିବାବେଳେ ହଟ୍‌ସ୍ପଟ୍‌ ଜିଲ୍ଲା ଓ ବ୍ଲକ୍‌ରୁ ସିଏମସି ଅଞ୍ଚଳକୁ ଆସୁଥିବା ଲୋକଙ୍କୁ କ୍ବାରାଣ୍ଟିନ୍‌ରେ ରହିବା ବାଧ୍ୟତାମୂଳକ କରାଯାଇଛି। ମହାନଗର ନିଗମ ଅଞ୍ଚଳକୁ ବିଭିନ୍ନ କାମରେ ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, ଗଜପତି, ବାଲେଶ୍ବର ଜିଲ୍ଲା ସହିତ କଟକ ଜିଲ୍ଲାର ମାହାଙ୍ଗା, ନରସିଂହପୁର, ନିଶ୍ଚିନ୍ତକୋଇଲି, ବଡ଼ମ୍ବା ଓ ତିଗିରିଆ ବ୍ଲକ୍‌ ପରି ହଟ୍‌ସ୍ପଟ୍‌ ଅଞ୍ଚଳରୁ ଆସୁଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ବାରାଣ୍ଟିନ୍‌ରେ ରହିବାକୁ କୁହାଯାଇଛି। ଜନସାଧାରଣଙ୍କ ହିତକୁ ଦେଖି ଉକ୍ତ ଅଞ୍ଚଳରୁ ଆସୁଥିବା ଲୋକଙ୍କୁ ହୋମ୍‌ କ୍ବାରାଣ୍ଟିନ୍‌ କିମ୍ବା ସରକାରୀ କ୍ବାରାଣ୍ଟିନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ୱାର୍ଡ ଅଫିସରଙ୍କୁ ସଜାଗ ରହିବା ସହିତ ପ୍ରତିଦିନ ୱାର୍ଡକୁ କେତେ ଲୋକ ଏହିସବୁ ଜିଲ୍ଲା ଓ ବ୍ଲକ୍‌ରୁ ଆସୁଛନ୍ତି ତାହାର ରିପୋର୍ଟ ସେକ୍ଟର ଅଫିସରଙ୍କୁ ଦେବାକୁ କୁହାଯାଇଛି। ଯେଉଁମାନଙ୍କ ନିକଟରେ ହୋମ୍ କ୍ବାରାଣ୍ଟିନ୍‌ର ସୁବିଧା ନାହିଁ ସେମାନଙ୍କ ନିକଟରେ ରାପିଡ୍‌ ରେସପନ୍ସ ଟିମ୍(ଆରଆଟି) ପହଞ୍ଚି ସରକାରୀ କ୍ବାରାଣ୍ଟିନ୍‌କୁ ଆଣିବାର ବ୍ୟବସ୍ଥା କରାଯିବ ବୋଲି ଏକ ପ୍ରେସ୍‌ ବିବୃତ୍ତିରେ ସିଏମସି ପକ୍ଷରୁ କୁହାଯାଇଛି। ସହରର ସମସ୍ତ ପୂଜା କମିଟି ଓ ସାହି କମିଟିର ସଦସ୍ୟ ସେମାନଙ୍କ ଅଞ୍ଚଳକୁ ହଟ୍‌ସ୍ପଟ୍‌ ସ୍ଥାନରୁ ଆସୁଥିବା ଲୋକଙ୍କ ସୂଚନା ୱାର୍ଡ ଅଫିସର କିମ୍ବା ସେକ୍ଟର ଅଫିସରଙ୍କୁ ଦେବାକୁ ନିବେଦନ କରାଯାଇଛି। ୱାର୍ଡ ଓ ସେକ୍ଟର ଅଫିସର ପ୍ରତିଦିନ ଏହାର ଏକ ତାଲିକା ସିଏମସିର ଯୁଗ୍ମ କମିସନ୍‌ରଙ୍କୁ ଦେବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe