ସିଏମ୍‌ସି ବର୍ଜ୍ୟବସ୍ତୁ ପରିଚାଳନା ମାମଲା: ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

Advertisment
ସିଏମ୍‌ସି ବର୍ଜ୍ୟବସ୍ତୁ ପରିଚାଳନା ମାମଲା: ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ :ସିଏମସି ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ଶୁଣାଣି ଶେଷ ହୋଇଛି। ମୁଖ୍ୟବିଚାରପତି ଜଷ୍ଟିସ ଭିନିତ ସରନ ଏବଂ ବିଚାରପତି ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀକୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ଆଜିର ଶୁଣାଣିରେ ଆବେଦନକାରୀ ଗିରିବାଳା ବେହେରା, ଜାଗୃତି, ମେଟ୍ରୋ ଏବଂ ସିଏମ୍‌ସି ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଅପରାଧିକ ଅଭିଯୋଗ ଦର୍ଶାଇ ଟେଣ୍ଡରରୁ ବାଦ ଦିଆଯିବା ଅନ୍ୟାୟ ବୋଲି ଜାଗୃତି ଯୁକ୍ତି ଦର୍ଶାଇଥିବାବେଳେ ଆବେଦନକାରୀ ୩୦ ଲକ୍ଷ ଟଙ୍କା ଜମା ଟଙ୍କା ଯୁକ୍ତିସଙ୍ଗତ ନୁହେଁ ବୋଲି କୋର୍ଟଙ୍କୁ ଦର୍ଶାଇଥିଲେ। ସେହିପରି ବିଏମ୍‌ସି ପରି ସିଏମ୍‌ସିରେ ମଧ୍ୟ ଏକାଧିକ କମ୍ପାନିକୁ ସୁଯୋଗ ଦେବାକୁ ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଥିଲେ । ତେବେ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ଶକ୍ତିଧର ଦାସ,ବିଜୟ କୁମାର ରାଉତରାୟ, ସୁକାନ୍ତ ନାୟକ, ଜାଗୃତି ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ପରିଜା, ମେଟ୍ରୋ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଏବଂ ସିଏମସି ପକ୍ଷରୁ ସରକାରୀ ଓକିଲ ମିଲନ କାନୁନଗୋ ମାମଲା ପରିଚାଳନା କରୁଥିଲେ। ଅନ୍ୟପଟେ ଜାଗୃତି ପକ୍ଷରୁ ହାଇକୋର୍ଟରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ବଳବତ୍ତର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe