Hindustan Times
ଭୁବନେଶ୍ବର: ଲକଡାଉନ୍ ଏବଂ କୋଭିଡ୍-୧୯ଜନିତ ଆର୍ଥିକ ଚାପ କାରଣରୁ ରାଜ୍ୟର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନମାନେ ସହାନୁଭୂତିସମ୍ପନ୍ନ ହୋଇ ଏପ୍ରିଲ୍ ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ସ୍କୁଲ୍ ଫି’ ହ୍ରାସ କରିବା କିଂବା ଫି’ ପୈଠ ତାରିଖ ପରିବର୍ତ୍ତନ କରିବାକୁ ଓଡ଼ିଶା ସରକାର ପରାମର୍ଶ ଦେଇଛନ୍ତି।
କରୋନାଭାଇରସ୍ ସଂକ୍ରମଣ ପ୍ରତିରୋଧ କରିବାକୁ ଜାରି ହୋଇଥିବା ଲକଡାଉନ୍ ଯୋଗୁଁ ପ୍ରତିକୂଳ ଭାବେ ରୋଜଗାର ପ୍ରଭାବିତ ହୋଇଥିବା ଅଭିଭାବକମାନଙ୍କୁ ଏହା ସହାୟକ ହେବ ମୁଖ୍ୟମନ୍ତୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ଏକ ଟୁଇଟରେ କୁହାଯାଇଛି।
ଏଠାରେ ପ୍ରକାଶଯୋଗ୍ୟ କି, ରାଜ୍ୟରେ ଲକଡାଉନ ସମୟସୀମା ଏପ୍ରିଲ ୩୦ ତାରିଖ ଯାଏଁ ବୃଦ୍ଧି କରିବାକୁ ଗତକାଲି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଜୁନ୍ ୧୭ ତାରିଖ ଯାଏଁ ସ୍କୁଲ୍ ଓ କଲେଜ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏକ ଭିଡିଓ ବାର୍ତ୍ତାରେ ଆଦେଶ ଦେଇଥିଲେ।
Follow Us