ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର (ସିଏମ୍ଓ) ଅଫିସିଆଲ୍ ଟ୍ବିଟର୍ ଓ ଫେସ୍ବୁକ୍ ଆକାଉଣ୍ଟରେ ପ୍ରୋଫାଇଲ୍ ଫଟୋ ବଦଳାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ବଦଳରେ ଓଡ଼ିଶା ସରକାରଙ୍କ ଲୋଗୋ ରଖାଯାଇଛି। ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ସରକାରୀ ହୋର୍ଡିଂ, ବିଜ୍ଞାପନରେ ଆଦିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ହଟାଇବାକୁ ନିର୍ବାଚନ କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ସେଥି ପାଇଁ ସିଏମ୍ଓର ଅଫିସିଆଲ୍ ଟ୍ବିଟର୍ ଓ ଫେସ୍ବୁକ୍ ଆକାଉଣ୍ଟରୁ ମୁଖ୍ୟମନ୍ତ୍ରୀଙ୍କ ଫଟୋ ହଟାଇ ଦିଆଯାଇଥିବା କୁହାଯାଉଛି।
ସିଏମ୍ଓ ଟ୍ୱିଟର୍, ଫେସ୍ବୁକ୍ରେ ପ୍ରୋଫାଇଲ୍ ଫଟୋ ବଦଳିଲା
Advertisment
Follow Us