ଭଞ୍ଜନଗର: ରବିବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ହେଲିକାପ୍ଟର୍ ଯୋଗେ ଦିନିକିଆ ଗଞ୍ଜାମ ଗସ୍ତରେ ଯାଇଥିଲେ। ପୂର୍ବାହ୍ନ ସାଢ଼େ ଏଗାରଟାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପ୍ରଥମେ ଭଞ୍ଜନଗରର ନୂଆ ଥାନା ଉଦ୍ଘାଟନ କରିବା ପରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ପଡ଼ିଆରେ ଭୀମ ଭୋଇ ଭିନ୍ନକ୍ଷମ ମହାସାମର୍ଥ୍ୟ ଶିବିରରେ ଯୋଗ ଦେଇଥିଲେ। ସେଠାରେ ସାତଟି ବ୍ଲକ୍ରୁ ଆସିଥିବା ୧୪ ଜଣ ଦିବ୍ୟାଙ୍ଗଙ୍କୁ ସେ ବସ୍ ପାସ୍, ଟାଇକେଲ୍, ଋଣ ଆଦି ପ୍ରଦାନ କରିଥିଲେ।
ପୁଲିସ ଆଇଜି, ଏସ୍ପି, ଜିଲ୍ଲାପାଳ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆୟୋଜିତ କର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
Follow Us