ଓଏମସିର ପରିଚାଳନା କ୍ଷମତା ବୃଦ୍ଧି ପାଇଁ ଦକ୍ଷ ମାନବ ସମ୍ବଳ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Advertisment

୨୦୨୫-୨୬ ରେ ଓଏମସି ୫୦ ମିଲିଅନ ଟନ ଖଣିଜ ପଦାର୍ଥ ଉତ୍ପାଦନ କରିବା ସହିତ  ୩୦ ହଜାର କୋଟି ଟଙ୍କାର ବିକ୍ରୟ ରାଜସ୍ୱର ହାସଲ କରିବାର ଲକ୍ଷ୍ୟ ରଖିଛି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡିଶା ଖଣି ନିଗମ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକରୁ ଏହା ଜଣାଯାଇଛି।  

୨୦୨୫-୨୬ ରେ ଓଏମସି ୫୦ ମିଲିଅନ ଟନ ଖଣିଜ ପଦାର୍ଥ ଉତ୍ପାଦନ କରିବା ସହିତ  ୩୦ ହଜାର କୋଟି ଟଙ୍କାର ବିକ୍ରୟ ରାଜସ୍ୱର ହାସଲ କରିବାର ଲକ୍ଷ୍ୟ ରଖିଛି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡିଶା ଖଣି ନିଗମ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକରୁ ଏହା ଜଣାଯାଇଛି।  

06375bcb-5547-431b-9b0a-30e2ece83174
ଭୁବନେଶ୍ୱର: ୨୦୨୫-୨୬ ରେ ଓଏମସି ୫୦ ମିଲିଅନ ଟନ ଖଣିଜ ପଦାର୍ଥ ଉତ୍ପାଦନ କରିବା ସହିତ  ୩୦ ହଜାର କୋଟି ଟଙ୍କାର ବିକ୍ରୟ ରାଜସ୍ୱ (Sales Revenue)ର ହାସଲ କରିବାର ଲକ୍ଷ୍ୟ ରଖିଛି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡିଶା ଖଣି ନିଗମ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକରୁ ଏହା ଜଣାଯାଇଛି।  
ବୈଠକରେ ଖଣିଜ ପଦାର୍ଥ ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଭିନ୍ନ ଖଣି ଅଞ୍ଚଳର ଅବଧି ବୃଦ୍ଧି, ପରିବେଶ ଅନୁମୋଦନ, ନୂତନ ଖଣି କାର୍ଯ୍ୟକ୍ଷମ କରିବା ଆଦି ବିଭିନ୍ନ ବିଷୟ ଉପରେ ବୈଠକରେ ଆଲୋଚନା ହୋଇଥିଲା। ବିଶେଷ କରି ବକ୍ସାଇଟ୍ ଉତ୍ପାଦନ ବୃଦ୍ଧି ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଚଳିତ ବର୍ଷ ବକ୍ସାଇଟ୍ ଉତ୍ପାଦନ ଲକ୍ଷ୍ୟ ୩.୬ ମିଲିଅନ ଟନ୍ ଥିବା ବେଳେ ଆଗାମୀ ବର୍ଷରେ ଏହାକୁ ୬ ମିଲିଅନ ଟନ କୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି। 
ଖଣି ଅଞ୍ଚଳର ଲୋକମାନଙ୍କ ଜୀବିକା ସୃଷ୍ଟି ଓ ସେମାନଙ୍କ ଜୀବନଶୈଳୀରେ ଉନ୍ନତି ପାଇଁ ଓଏମସି ପକ୍ଷରୁ ଅଧିକ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଖଣି ଅଞ୍ଚଳରେ ଜଙ୍ଗଲ ସମ୍ପଦର ଅଭିବୃଦ୍ଧି, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜରିଆରେ ସ୍ଥାନୀୟ ଲୋକଙ୍କ ଜୀବିକା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଖଣି ଅଞ୍ଚଳର ବିକାଶ ପାଇଁ ରହିଥିବା ବିଭିନ୍ନ ଯୋଜନାର  କନ୍‌ଭର୍‌ଜେନ୍‌ସ ମାଧ୍ୟମରେ ଏହା ହାସଲ କରାଯାଇପାରିବ ବୋଲି ସେ କହିଥିଲେ। ଏଥିପାଇଁ ଓଏମସି ପକ୍ଷରୁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।
ଓଏମସି ପକ୍ଷରୁ ଏକ ପେଲେଟ୍ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଯେଉଁ ପ୍ରସ୍ତାବ ଦେଇଥିଲେ ସେ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଏଥିପାଇଁ ଭାରତ ସରକାରଙ୍କର ମେକନ୍ (MECON) ନାମକ ଏକ ସଂସ୍ଥାକୁ Techno-Economic Feasibility Report ପ୍ରସ୍ତୁତ କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ପେଲେଟ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ରୋଜେକ୍ଟ କମିଟି ମଧ୍ୟ ଗଠନ କରାଯାଇଛି। ସମସ୍ତ ପ୍ରକ୍ରିୟା ସରିବା ପରେ ୨୦୨୬ ମେ ମାସ ସୁଦ୍ଧା ପେଲେଟ୍ ପ୍ରକଳ୍ପ ଆରମ୍ଭ ହେବ ବୋଲି ବୈଠକରୁ ଜଣାଯାଇଛି। 
ବୈଠକରେ ମୁଖ୍ୟମନ୍ତ୍ରୀ ଓଏମସିର ପରିଚାଳନା ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏଥିପାଇଁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ବ୍ୟକ୍ତି ମାନଙ୍କୁ ନିଯୁକ୍ତି ଦେବା ପାଇଁ ସେ ପରାମର୍ଶ ଦେଇଥିଲେ। 
ଏହି ବୈଠକରେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏବଂ ଓଡିଶା ଖଣି ନିଗମର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe