ସମବାୟ ନିର୍ବାଚନରେ କେଁ : ଦାବି ପୂରଣ ନହେବା ନେଇ ଅସନ୍ତୋଷ

Advertisment

୧୦‌ରେ ଭୁବନେଶ୍ବରରେ ସମାବେଶ

୧୦‌ରେ ଭୁବନେଶ୍ବରରେ ସମାବେଶ

ପଦ୍ମପୁର ଉପନିର୍ବାଚନ, ପ୍ରାର୍ଥୀଙ୍କୁ ମିଳିଲା ଦଳୀୟ ଚିହ୍ନ          

Sambad

ଭୁବନେଶ୍ବର: ଦାବି ପୂରଣ ନ ହେବାରୁ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ସମବାୟ କର୍ମଚାରୀ। ଏପରିକି ଆବଶ୍ୟକ ପଡ଼ିଲେ, ଜୁନ୍‌ ୬ ଏବଂ ୨୬ ତାରିଖରେ ହେବାକୁ ଯାଉଥିବା ସମବାୟ ନିର୍ବାଚନ ବର୍ଜନ କରିବେ ବୋଲି କହିଛନ୍ତି ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ ସମ୍ପାଦକ ଦିଗାମ୍ବର ନାୟକ।

ଶ୍ରୀନାୟକ କହିଛନ୍ତି, ଓଡ଼ିଶାର ସମସ୍ତ ୨୭୦୮ ପ୍ରାଥମିକ ସମବାୟ ସମିତି, ଲ୍ୟାମ୍ପ୍ସ‌ରେ କାର୍ଯ୍ୟରତ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ କର୍ମଚାରୀ ମାନ୍ୟତା, ସମବାୟ ବାର୍ଷିକ ବଜେଟରେ କର୍ମଚାରୀଙ୍କ ପାଇଁ ଦରମା, ଭତ୍ତା ପାଇଁ ଏକ ହଜାର କୋଟି ସ୍ବତନ୍ତ୍ର ବଜେଟ୍‌ ଅଟକଳକୁ ଅନୁମୋଦନ ସମେତ ବିଭିନ୍ନ ଦାବି ନେଇ ୨୦୨୧ ମସିହା ନଭେମ୍ବର ୧୪ ତାରିଖରୁ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ଭୁବନେଶ୍ବରରେ ଧାରଣା ଦେଇଥିଲେ। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସମବାୟ କର୍ମଚାରୀଙ୍କୁ ଦାବି ପୂରଣର ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।

ରାଜ୍ୟରେ ସମୁଦାୟ ୨୭୦୮ଟି ପେକ୍ସ ଏବଂ ଲ୍ୟାମ୍ପସ୍‌ରେ ସମୁଦାୟ ୩ଲକ୍ଷ ସଦସ୍ୟ ରହିଛନ୍ତି। ସମସ୍ତେ ଭୋଟର୍‌ ନୁହନ୍ତି। ବର୍ତ୍ତମାନ ସରକାରଙ୍କ ନୂତନ ବ୍ୟବସ୍ଥା ଅନୁସାରେ, ଅନୁସୂଚିତ ଜାତି, ଜନଜାତିଙ୍କ ଜମାଖାତାରେ ୧୦୦ ଟଙ୍କା ଏବଂ ୧୦୦ ଟଙ୍କା ଦେଇ ସଦସ୍ୟ ହୋଇଥିଲେ ଏବଂ ସାଧାରଣ ବର୍ଗର ବ୍ୟକ୍ତିଙ୍କ ଜମାଖାତାରେ ୫୦୦ ଟଙ୍କା ଏବଂ ୧୦୦ ଟଙ୍କା ଦେଇ ସଦସ୍ୟ ହୋଇଥିଲେ ଭୋଟ୍‌ ଦେଇପାରିବେ। ଏହାକୁ କର୍ମଚାରୀ ସଂଘ ବିରୋଧ କରୁଛି। ପୂର୍ବରୁ ୧୦ଟଙ୍କା ଦେଇ କର୍ମଚାରୀ ସଦସ୍ୟ ହୋଇଛନ୍ତି। ବର୍ତ୍ତମାନ ସଦସ୍ୟତା ପାଇଁ କାହିଁକି ଏତେ ଟଙ୍କା ଧାର୍ଯ୍ୟ ହୋଇଛି ବୋଲି ପ୍ରଶ୍ନ କରାଯାଉଛି। ଆସନ୍ତା ୧୦ ତାରିଖରେ ୩୦ଜିଲ୍ଲା ପେକ୍ସ ପ୍ରତିନିଧି ଭୁବନେଶ୍ବରରେ ଜମା ହୋଇ ଦାବି ପୂରଣ ନେଇ ଆଲୋଚନା କରିବେ। ଆବଶ୍ୟକ ପଡ଼ିଲେ ଋଣ ପ୍ରଦାନ, ପ୍ରଧାନମନ୍ତ୍ରୀ ଫସଲ ବୀମା ସମେତ ଅନ୍ୟାନ୍ୟ କାର୍ଯ୍ୟ ବର୍ଜନ କରାଯିବ ବୋଲି ଶ୍ରୀ ନାୟକ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe