ଭଦ୍ରକ: ଚାଷୀଙ୍କ ଠାରୁ ଲାଞ୍ଚ ନେବେ ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସମବାୟ ସମିତିର ସଂପାଦକ। ଭଦ୍ରକ ବ୍ଲକ ଅଧୀନ ଚଣ୍ଡୀ ଗାଁ ସେବା ସମବାୟ ସମିତିର ସଂପାଦକ ତପନ ନାୟକ ଚାଷୀଙ୍କର ଧାନ କିଣିବା ପାଇଁ ୯ହଜାର ଟଙ୍କା ଲାଞ୍ଚ ନେବେ ବେଳେ ଧରିଲା ଭିଜିଲାନ୍ସ। ଶ୍ରୀଧର ସାମଲ ନାମକ ଚାଷୀ ନିଜ ଧାନ ବିକ୍ରି ପାଇଁ କୁଇଣ୍ଟାଲ ପିଛା ୪୦ଟଙ୍କା ହିସାବରେ ୯ହଜାର ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ର ଏକ ସ୍ବତନ୍ତ୍ର ଟିମ୍ ଆଜି ଏହି ଦୁର୍ନୀତିଗ୍ରସ୍ତ ସମ୍ପାଦକଙ୍କୁ ଗିରଫ କରିଛି। ତାଙ୍କୁ ବାଲେଶ୍ଵର ନିଆ ଯାଇଥିବା ବେଳେ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଭଦ୍ରକ ଭିଜିଲାନ୍ସ ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।
ଚାଷୀଙ୍କ ଠାରୁ ୯ ହଜାର ଲାଞ୍ଚ ନେଉଥିଲେ ସମବାୟ ସମିତିର ସଂପାଦକ, ମାଡ଼ିବସିଲା ଭିଜିଲାନ୍ସ
Advertisment
Follow Us