ସମବାୟ ସମିତି ନିର୍ବାଚନ କରିବାକୁ ନିବନ୍ଧକଙ୍କୁ ଭେଟି ଦାବି କଲା ବିଜେପି

Advertisment
ଓଡ଼ିଶା ସମେତ ୮ ରାଜ୍ୟର ୪୫ଟି ବିଧାନସଭା ଉପନିର୍ବାଚନ ସେପ୍‌ଟେମ୍ବର ଶେଷ ସପ୍ତାହରେ!

economictimes.indiatimes.com

ଭୁବନେଶ୍ବର : ସମବାୟ ସମିତିର କାର୍ଯ୍ୟକାଳ ପୂରିବା ପୂର୍ବରୁ ସାନି ନିର୍ବାଚନ କରିବା ନିୟମ ରହିଛି। ରାଜ୍ୟରେ ଥିବା ପ୍ରାୟ ସମସ୍ତ ପ୍ରାଥମିକ ସମବାୟ ସମିତିଗୁଡ଼ିକର କାର୍ଯ୍ୟକାଳ ଜାନୁଆରି ୨୦ ତାରିଖରୁ ଫେବ୍ରୁଆରି ୨୦ ତାରିଖ ଭିତରେ ଶେଷ ହେଉଛି। ଅବଧି ପୂରଣ ହେବାର ୬ ମାସ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବା କଥା। ସମବାୟ ସମିତିଗୁଡ଼ିକର ନିର୍ବାଚନ କରିବା ଦାବିରେ ଗତକାଲି ବିଭାଗୀୟ ନିବନ୍ଧକଙ୍କୁ ଭେଟିଥିଲେ ବିଜେପି ସମବାୟ ପ୍ରକୋଷ୍ଠ ରାଜ୍ୟ ସହ ସଂଯୋଜକ ପବିତ୍ର ମୋହନ ଦାଶଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ।

ଶ୍ରୀ ଦାଶ ଅଭିଯୋଗ କରି କହିଥିଲେ, ରାଜ୍ୟ ସରକାର ସମବାୟ ସମିତିଗୁଡ଼ିକର ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ନ କରି ବେଆଇନ ଭାବେ ସରକାରୀ ଅଧିକାରୀଙ୍କୁ ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ବ ଦେଇଛନ୍ତି। ଏପରିକି ନିର୍ବାଚନ କମିସନ ମଧ୍ୟ ନିଯୁକ୍ତ କରିନାହାନ୍ତି। ଏହା ସମ୍ପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ। ଯେ ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ନ ହୋଇଛି ସେତେଦିନ ପର୍ଯ୍ୟନ୍ତ କାର୍ଯ୍ୟକାଳ ପୂରିଯାଇଥିବା ପରିଚାଳନା କମିଟିଗୁଡ଼ିକୁ କାର୍ଯ୍ୟକାରୀ ପରିଷଦ ଭାବେ ଦାୟିତ୍ବରେ ରଖାଯାଉ। ଯଦି ସରକାର ନିର୍ବାଚନ ନ କରନ୍ତି, ତାହେଲେ ଆଗାମୀ ଦିନରେ ବିଜେପି ସମବାୟ ପ୍ରକୋଷ୍ଠ ପକ୍ଷରୁ ସମଗ୍ର ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଦାଶ ଚେତାବନୀ ଦେଇଥିଲେ। ପ୍ରତିନିଧି ଦଳରେ ବିଜୟ ରାଉତରାୟ, ଅନୁପ ପରିଡ଼ା, ଗୌରୀଶ୍ୟାମ ପଟ୍ଟନାୟକ, ସୁବାସ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe