ମାନୁନାହାନ୍ତି କରୋନା କଟକଣା : ନୟାଗଡ଼ ଜିଲ୍ଲାରେ ବେଧଡ଼କ ଚାଲିଛି କୋଚିଂ ସେଣ୍ଟର୍‌

Advertisment

ସବୁ ଜାଣି ଚୁପ୍ ରହିଛି ଶିକ୍ଷା ବିଭାଗ

ସବୁ ଜାଣି ଚୁପ୍ ରହିଛି ଶିକ୍ଷା ବିଭାଗ

ମାନୁନାହାନ୍ତି କରୋନା କଟକଣା : ନୟାଗଡ଼ ଜିଲ୍ଲାରେ ବେଧଡ଼କ ଚାଲିଛି କୋଚିଂ ସେଣ୍ଟର୍‌

ନୂଆଗାଁ : ନୟାଗଡ଼ ଜିଲ୍ଲାର ସହର ବଜାର, ଗଳିକନ୍ଦି ସବୁଠି ଖୋଲାଖୋଲି ଭାବେ ଚାଲିଛି କୋଚିଂ ସେଣ୍ଟର୍‌। କରୋନା କଟକଣାକୁ ଫୁ କରି ସରକାରୀ ତଥା ବେସରକାରୀ ଶିକ୍ଷକମାନେ ଖୋଲାଖୋଲି ଭାବେ ଆଇନ୍ ଉଲ୍ଲଂଘନ କରୁଛନ୍ତି। ଶିକ୍ଷା ବିଭାଗର ନାକ ତଳେ ଏସବୁ ଚାଲିଥିଲେ ମଧ୍ୟ ବିଭାଗ ସବୁ ଜାଣି ଚୁପ୍ ରହିଛି। ଜିଲ୍ଲାର ୮ଟି ବ୍ଲକ୍‌ରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି।

ସୂଚନା ଥାଉକି, କରୋନା ମହାମାରୀ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଦେଶ ତୁଳନାରେ ରାଜ୍ୟ ଏବଂ ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ନାହିଁ। ଏସବୁକୁ ବାରଣ କରିବାକୁ ଗତ ମାର୍ଚ୍ଚ ମାସଠାରୁ ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ସମସ୍ତ କୋଚିଂ ସେଣ୍ଟର୍‌ ଉପରେ ରୋକ୍ ଲଗାଯାଇଛି। ଏହାକୁ ଉଲ୍ଲଂଘନ କଲେ ଦୋଷୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାରୀ ନିର୍ଦ୍ଦେଶ ରହିଛି। କିନ୍ତୁ ଏହି ନିର୍ଦ୍ଦେଶ କେବଳ ସରକାରୀ କାଗଜକଲମରେ ସୀମିତ ଥିବା ନେଇ ଆଲୋଚନା ହେଉଛି।

publive-image

ନୂଆଗାଁ ବ୍ଲକ୍‌ର ମହିପୁର, ବାହାଡ଼ାଝୋଲା, ମାଳିସାହି, ଦୁରୁଦୁରା, ସୋରଡ଼ା, ଜଗନ୍ନାଥପ୍ରସାଦ, କୋରଡ଼ା, ସଂପଡ଼ା, ମହିତ୍ତମା ଆଦି ସ୍ଥାନରେ କୋଚିଂ ସେଣ୍ଟର୍‌ ଚାଲିଥିବା ବେଳେ ନୂଆଗାଁର ବଜାର ପାଖାପାଖି ସ୍ଥାନରେ ଗୋଟିଏ କି ଦୁଇଟି ନୁହେଁ, ଚାରି ଚାରିଟି କୋଚିଂ ଚାଲିଥିବା ଦେଖିବାକୁ ମିଳିଛି। ଏପରିକି ବେସରକାରୀ ଶିକ୍ଷକମାନେ ସରକାରୀ ଶିକ୍ଷକଙ୍କୁ ହାତବାରିସି ସଜେଇ ହଷ୍ଟେଲ୍‌ କରି ସେଥିରେ ୫୦ରୁ ଊର୍ଦ୍ଧ୍ବ ଛାତ୍ରମାନଙ୍କୁ ରଖିଛନ୍ତି। କରୋନା ସମୟରେ କୋଚିଂ ସେଣ୍ଟର୍‌କୁ ନିଷେଧ କରାଯାଇଥିବା ବେଳେ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରି ଅର୍ଥ ଲାଳସାରେ ବ୍ୟବସାୟ କରି ଚାଲିଛନ୍ତି। ଏଥି ପ୍ରତି ଶିକ୍ଷା ବିଭାଗ ସଂପୂର୍ଣ୍ଣ ଆଖି ବୁଜି ଦେଇଥିବା ଜଣାପଡ଼ିଛି। ତେବେ ଆଇନକୁ ଆଖି ଠାର ନ୍ୟାୟରେ ଶିକ୍ଷା ବିଭାଗ ସରକାରୀ ନିର୍ଦ୍ଦେଶକୁ ଅବମାନନା କରୁଥିବା ଅଭିଯୋଗ ହୋଇଛି। କରୋନା ମହାମାରୀକୁ ୪ ମାସ ବିତିଯାଇଥିଲେ ମଧ୍ୟ ବିଭାଗ କେଉଁଠି ଚଢ଼ଉ କରିନାହିଁ କି କାହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଏହି ଘଟଣାରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଇଚ୍ଛାକୃତ ଭାବେ ଫୋନ୍ ଉଠାଇ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe