Advertisment

କୋଇଲା ବ୍ଲକ୍‌ ଆବଣ୍ଟନ ଦୁର୍ନୀତି ମାମଲା: ସିବିଆଇ କୋର୍ଟରେ ଆଜି ଦଣ୍ଡ ଘୋଷଣା

Advertisment
ସିବିଆଇ ନିର୍ଦ୍ଦେଶକ ଦୌଡ଼ରେ ଓଡ଼ିଆ ଆଇପିଏସ୍‌

Representational Image

ନୂଆଦିଲ୍ଲୀ: ୧୯୯୯ ମସିହାରେ ଝାଡ଼ଖଣ୍ଡରେ କୋଇଲା ବ୍ଳକ୍‌ ଆବଣ୍ଟନରେ ହୋଇଥିବା ଦୁର୍ନୀତି ମାମଲାରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ଆସନ୍ତାକାଲି ଦଣ୍ଡ ଘୋଷଣା କରିବେ। ଗତ ସପ୍ତାହରେ କୋର୍ଟ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସମେତ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କୋଇଲା ବ୍ଲକ୍‌ ଆବଣ୍ଟନ ଦୁର୍ନୀତିକୁ ନେଇ ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁସାରେ ୨୦୧୩ରୁ ସିବିଆଇ ପାଖାପାଖି ୪୦ ମାମଲା ରୁଜୁ କରିଥିଲା। ବର୍ତ୍ତମାନ ସୁଦ୍ଧା ୮ଟି ମାମଲାରେ ରାୟ ପ୍ରକାଶ ପାଇଛି। ଏଥିରେ ୨୪ ଜଣ ବ୍ୟକ୍ତି ଓ ୭ଟି କମ୍ପାନୀକୁ ଦୋଷୀ ସାବ୍ୟସ୍ତ କରାଯିବା ସହିତ ଦଣ୍ଡାଦେଶ କରାଯାଇଛି। ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ଦ୍ୱାରା ଦଣ୍ଡିତ ହୋଇଥିବା ଚର୍ଚ୍ଚିତ ବ୍ୟକ୍ତିମାନଙ୍କର ମଧ୍ୟରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କର ନାମ ମଧ୍ୟ ରହିଛି।

ଶ୍ରୀ କୋଡ଼ାଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ଓ ୨୫ ଲକ୍ଷ ଟଙ୍କା ଜୋରିମାନା କରାଯାଇଥିଲା। ପୂର୍ବତନ କୋଇଲା ସଚିବ ଏଚ୍‌ ସି ଗୁପ୍ତାଙ୍କୁ ମଧ୍ୟ ୩ ବର୍ଷ ଜେଲ୍‌ଦଣ୍ଡ ସହିତ ଲକ୍ଷେ ଟଙ୍କାର ଜୋରିମାନା କରାଯାଇଥିଲା। ସେହିଭଳି, କୋଇଲା ମନ୍ତ୍ରାଳୟର ତତ୍କାଳୀନ ଯୁଗ୍ମ ସଚିବ କେ ଏସ୍ କ୍ରୋଫା, ସେକ୍‌ସନ୍ ନିର୍ଦ୍ଦେଶକ କେ ସି ସମାରିଆଙ୍କୁ ଜେଲ୍ ଦଣ୍ଡ ସହ ଜୋରିମାନା ଲଗାଇଥିଲେ। ଏତଦ୍‌ବ୍ୟତୀତି ସିବିଆଇ ଅଦାଲତ ୭ଟି କମ୍ପାନୀ ତଥା ସେମାନଙ୍କ ଅଧିକାରୀମାନଙ୍କୁ ମଧ୍ୟ କୋଇଲା ଆବଣ୍ଟନରେ ଅନିୟମିତତା ପ୍ରସଙ୍ଗରେ ଦଣ୍ଡ ବିଧାନ କରିସାରିଛନ୍ତି। କୋର୍ଟ ଶ୍ରୀ ରାୟଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ କି ଦଣ୍ଡବିଧାନ କରୁଛନ୍ତି, ତାହା ଆସନ୍ତାକାଲି ସ୍ପଷ୍ଟ ହୋଇଯିବ। ଅନ୍ୟ ୩ ଜଣ ହେ‌ଲେ, କୋଇଲା ମନ୍ତ୍ରାଳୟର ତତ୍‌କାଳୀନ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ ଏବଂ କାଷ୍ଟ୍ରନ୍‌ ଟେକ୍ନୋଲୋଜନି ଲିମିଟେଡ୍‌, ଓ ଏହାର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲା ଓ କାଷ୍ଟ୍ରନ ମାଇନିଂ ଲିମିଟେଡ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe