ସତର୍କତା ଓ ତ୍ବରିତ ପଦକ୍ଷେପ ପାଇଁ ଟଳିଲା ବଡ଼ ବିପଦ: କୋଇଲା ବୋଝେଇ ଟ୍ରେନରେ ନିଆଁ

ରେଳ ଇଂଜିନରୁ ଅଲଗା ହୋଇଗଲା ୪ କୋଇଲା ବୋଝେଇ ବଗି

Image Courtesy of NDTV

ସୋର : ଶନିବାର ଅପରାହ୍ନରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗି ଯାଇଥିବା ବେଳେ ଜଣେ ଗାର୍ଡଙ୍କ ସତର୍କତା ଓ ଉପସ୍ଥିତ ବୁଦ୍ଧି ପାଇଁ ଏକ ବଡ଼ ଦୁର୍ଘଟଣା ଏଡ଼ାଇ ଦିଆ ଯାଇପାରିଛି।

ସୂଚନା ଅନୁସାରେ, ପାରାଦୀପ ବନ୍ଦରରୁ କୋଇଲା ବୋଝେଇ କରି ହଳଦିଆ ଅଭିମୁଖେ ଯାଉଥିବା ଏହି ମାଲବାହୀ ଟ୍ରେନର ପଛ ଦୁଇଟି ବଗିରେ ନିଆଁ ଲାଗି ଯାଇଥିଲା। ସୋର ପୂର୍ବ ଷ୍ଟେସନ ସବିରାର ଜଣେ ଗାର୍ଡ ଏହା ଜାଣି ପାରି ସୋର ଷ୍ଟେସନ ମ୍ୟାନେଜରଙ୍କୁ ଜଣାଇଥିଲେ। ଷ୍ଟେସନ ମ୍ୟାନେଜର ସୋର ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଦମକଳ ବାହିନୀ ଟ୍ରେନ୍ ପହଞ୍ଚିବା ବେଳକୁ ପ୍ରସ୍ତୁତ ହୋଇ ରହିଥିଲା। କୋଇଲା ବୋଝେଇ ଟ୍ରେନଟି ୧ନଂ ପ୍ଲାଟଫର୍ମରେ ପହ‌ଞ୍ଚିବା କ୍ଷଣି ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ଏହି ସମୟରେ ଷ୍ଟେସନରେ ଅପେକ୍ଷାରତ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ କୋଇଲାରେ ନିଆଁ ଲାଗି ଯାଇଥିବା ରେଳ ସୁରକ୍ଷା କର୍ତ୍ତୃପକ୍ଷ ପ୍ରାଥମିକ ଭାବେ ଆକଳନ କରିଥିବା ବେଳେ ଅଗ୍ନିକାଣ୍ତର ପ୍ରକୃତ କାରଣ ଜଣାପଡ଼ିନି।

ତେବେ ବିଭାଗୀୟ ଅଧିକାରୀଙ୍କ ତୁରନ୍ତ ପଦକ୍ଷେପ ପାଇଁ ଏକ ବଡ଼ଧରଣର ଦୁର୍ଘଟଣା ଏଡ଼ାଇ ଦିଆ ଯାଇ ପାରିଥିବା ସାଧାରଣରେ ଆଲୋଚନା ହେଉଛି। ସେପଟେ ଖବର ଲେଖାହେବା ପର୍ଯ୍ୟନ୍ତ ସୋର ଷ୍ଟେସନରେ ଉକ୍ତ କୋଇଲା ବୋଝେଇ ଟ୍ରେନଟି ଅଟକି ରହିଥିବା ଜଣା ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe