କୋଇଲା ବୋଝେଇ ଟ୍ରଲର ଓଲଟିଲା: ମହିଳା ମୃତ

ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ର ହଟିକଲଚର ଛକ ନିକଟରେ ବୁଧବାର ଅପରାହ୍ନ ୧ ଟାରେ ଏକ କୋଇଲା ବୋଝେଇ ଟ୍ରଲର( ଓ ଡ଼ି ୨୩ କିୟୁ ୫୪୧୬ ଓଲଟି ପଡ଼ିଛି...

Coal-laden trawler capsizes: Woman dies

Coal-laden trawler capsizes: Woman dies Photograph: (sambad.in)

ବ୍ରଜରାଜନଗର:  ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ର ହଟିକଲଚର  ଛକ ନିକଟରେ ବୁଧବାର ଅପରାହ୍ନ ୧ ଟାରେ  ଏକ କୋଇଲା ବୋଝେଇ ଟ୍ରଲର( ଓ ଡ଼ି ୨୩ କିୟୁ ୫୪୧୬ ଓଲଟି ପଡ଼ିବାରୁ ବିପରୀତ ଦିଗରୁ ସ୍କୁଟିରେ ଆସୁ ଥିବା ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ ପ୍ରଗତି ପଣ୍ଡା(୨୭)। ସେ ନିଜ ବାପଘର ଛତିଶଗଡ଼ ରାଜ୍ୟରୁ  ରାୟଗଡ ଜିଲ୍ଲା ଅନ୍ତର୍ଗତ ଜୁଟମିଲ ଅଞ୍ଚଳକୁ ନିଜ  ଶାଶୁଘର ଚିଖିଲା ପାଲିକୁ ଆଉଥିଲେ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବ୍ରଜରାଜନଗର ଏସ୍ ଡ଼ି ପି ଓ  ଚିନ୍ତାମଣି ପ୍ରଧାନ,ରେଙ୍ଗାଲି ଥାନା ଅଧିକାରୀ   ସୌମେନ୍ଦ୍ର ନାୟକ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଛନ୍ତି। ଦୁର୍ଘଟଣା ଘଟାଇ ଥିବା  ଟ୍ରେଲରଟି ଓଲଟି  ରାସ୍ତା ତଳକୁ ଖସି ପଡିଛି।

ସୂଚନା ଅନୁସାରେ ଟ୍ରଲରଟି କୋଇଲା ବୋଝେଇ କରି  ଲଖନପୁର  ପଟୁ  ରାୟଗଡ଼ ଦିଗରେ ଯାଉଥିଲା।  ହଟିକଲଚର ଅଫିସ ନିକଟ ସାନ ପୋଲ ବୁଲାଣିରେ ନିୟନ୍ତ୍ରଣ ହରାଇ  ଏହା ଓଲଟି ପଡିଥିଲା। ଏହି ସମୟରେ ବିପରୀତ ଦିଗରୁ  ପ୍ରଗତି ପଣ୍ଡା ସ୍କୁଟିରେ ଆସୁଥିବା ସମୟରେ  ଟ୍ରଲରର ଆଗ ଚକା  ଧକ୍କା ହୋଇଥିଲା।

Jharsuguda | Acciden

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe