ଟ୍ରକ୍‌କୁ ପିଟିଲା କୋଇଲା ବୋଝେଇ ଟ୍ରକ୍: ଜିଅନ୍ତା ଜଳିଗଲେ ଚାଳକ

Advertisment

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ନାସିଗାଁ ଗ୍ରାମ ନିକଟ ରାସ୍ତାକଡ଼ରେ ଅଟକିଥିବା ଏକ ଟ୍ରକ୍‌କୁ ଏକ କୋଇଲା ବୋଝେଇ ଟ୍ରକ୍‌ ପଛପଟୁ ଧକ୍କା ଦେଇ ଜଳିଯାଇଥିଲା। ଫଳରେ କୋଇଲା ବୋଝେଇ ଟ୍ରକ୍‌ର ଚାଳକ ବାହାରି ନପାରି ଟ୍ରକ୍‌ ଭିତରେ ଜିଅନ୍ତା ଜଳିଯାଇଛନ୍ତି।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ନାସିଗାଁ ଗ୍ରାମ ନିକଟ ରାସ୍ତାକଡ଼ରେ ଅଟକିଥିବା ଏକ ଟ୍ରକ୍‌କୁ ଏକ କୋଇଲା ବୋଝେଇ ଟ୍ରକ୍‌ ପଛପଟୁ ଧକ୍କା ଦେଇ ଜଳିଯାଇଥିଲା। ଫଳରେ କୋଇଲା ବୋଝେଇ ଟ୍ରକ୍‌ର ଚାଳକ ବାହାରି ନପାରି ଟ୍ରକ୍‌ ଭିତରେ ଜିଅନ୍ତା ଜଳିଯାଇଛନ୍ତି।

fsfsfs

ଉତ୍କେଲା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ନାସିଗାଁ ଗ୍ରାମ ନିକଟ ରାସ୍ତାକଡ଼ରେ ଅଟକିଥିବା ଏକ ଟ୍ରକ୍‌କୁ ଏକ କୋଇଲା ବୋଝେଇ ଟ୍ରକ୍‌ ପଛପଟୁ ଧକ୍କା ଦେଇ ଜଳିଯାଇଥିଲା। ଫଳରେ କୋଇଲା ବୋଝେଇ ଟ୍ରକ୍‌ର ଚାଳକ ବାହାରି ନପାରି ଟ୍ରକ୍‌ ଭିତରେ ଜିଅନ୍ତା ଜଳିଯାଇଛନ୍ତି। ମୃତ ଚାଳକ ଦେବଗଡ଼ ଜିଲ୍ଲା କାଞ୍ଜିଆମ୍ବ ଗ୍ରାମର ଫିରୋଜ ଝାଙ୍କର (୨୪) ବୋଲି ଜଣାପଡ଼ିଛି।

କେସିଙ୍ଗା ବ୍ଲକ୍‌ ପାଷ୍ଟିକୁଡ଼ି ଗ୍ରାମ ଚାରିଛକଠାରୁ ଭବାନୀପାଟଣା ବ୍ଲକ୍‌ ଦେପୁର ଗ୍ରାମ ଛକକୁ ସଂଯୋଗ କରୁଥିବା ରାସ୍ତାର ନାସିଗାଁ ଚଞ୍ଚରାପଡ଼ାଠାରେ ଏକ ଚାଉଳ ବୋଝେଇ ଟ୍ରକ୍‌ (ସିଜି୦୬ଜିଜେ-୯୧୯୭) ଅଟକିଥିଲା। ଶନିବାର ଭୋର୍ ପ୍ରାୟ ୩ଟା ସମୟରେ କୋଇଲା ବୋଝେଇ ଟ୍ରକ୍‌ (ଓଡି ୩୫ଜେ-୩୯୪୯) ଦ୍ରୁତଗତିରେ ଆସି ଉକ୍ତ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଅଗ୍ନିକାଣ୍ଡ ଘଟି ଉଭୟ ଟ୍ରକ ଘଟଣାସ୍ଥଳରେ ଜଳିଯାଇଥିଲା। କୋଇଲା ବୋଝେଇ ଟ୍ରକ୍‌ର ସାମନା ପଟ ଦବି ଯାଇଥିବାରୁ ଚାଳକ ବାହାରି ନ ପାରି ସେହି ଗାଡ଼ି ଭିତରେ ଜିଅନ୍ତା ଜଳିଯାଇଥିଲେ। ଚାଉଳ ବୋଝେଇ ଟ୍ରକ୍‌ର ଚାଳକ ସୁରକ୍ଷିତ ଥିବାବେଳେ ଗାଡ଼ିରେ ଥିବା ଚାଉଳ ସବୁ ପୋଡ଼ିଯାଇ ନଷ୍ଟ ହୋଇଯାଇଥିଲା। ଘଟଣାସ୍ଥଳରୁ ଭବାନୀପାଟଣା ସଦର ଥାନା ଏସ୍‌ଆଇ ବିପିନ ଝରିଆ ଦରପୋଡ଼ା ଶବକୁ ଜବତ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ରଖାଯାଇଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe