ତାଳଚେରରେ କୋଇଲା ଚୋରା ଚାଲାଣ, ଅନ୍ୟତମ ଅଭିଯୁକ୍ତ ଗିରଫ

Advertisment
ଲକ୍ଷେ ଟଙ୍କା ଚାନ୍ଦା ମାଗି ନକଲି ମାଓବାଦୀ ଗିରଫ

India Today

ଭୁବନେଶ୍ୱର : ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା ଏମ୍‌ସିଏଲ୍‌ର ବିଭିନ୍ନ ଖଣିରୁ କୋଇଲା ଚୋରି ରୢାକେଟ୍‌ର ଅନ୍ୟତମ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌। ସେ ହେଉଛି ତାଳଚେର ତାଳବେଡ଼ାର ଶରତ ନାଏକ। ତାକୁ ତାଳଚେର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଛି। ଏହି ଚୋରା କାରବାର ପଛରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚିବା ପାଇଁ ରିମାଣ୍ଡ ଆବେଦନ କରାଯାଇଛି। ଗତ ୨୧ ତାରିଖରେ ଏହି କାରବାରର ମାଷ୍ଟରମାଇଣ୍ଡ ଖୁଣ୍ଟୁଣି ଥାନା କଣ୍ଡରେଇର ଚିତ୍ତରଞ୍ଜନ ବେହେରାକୁ ଏସ୍‌ଟିଏଫ୍‌ ଗିରଫ କରିଥିଲା। ତାକୁ ପଚରାଉଚରା ପରେ ଶରତ ନାଏକର ସମ୍ପୃକ୍ତି ନେଇ ଏସ୍‌ଟିଏଫ୍‌ ସ୍ପଷ୍ଟ ହୋଇଥିଲା। ସେବେଠାରୁ ବିଭିନ୍ନ ଜାଗାରେ ଚଢ଼ଉ ଜାରି ରଖିଥିଲା। ଆଜି ସକାଳ ପ୍ରାୟ ୮ଟା ବେଳେ ଗାଁ ମୁଣ୍ଡରୁ ଏସ୍‌ଟିଏଫ୍‌ ଅଧିକାରୀ ତାକୁ ମାଡ଼ି ବସିଥିଲେ।

ଶରତ ନାମରେ ତାଳଚେର ଥାନାରେ ୫ଟି ମାମଲା ରହିଛି। ପୁଲିସ ତାକୁ ଫେରାର ଦର୍ଶାଉଥିଲେ ମଧ୍ୟ ସେ ଏହି ଚୋରା କାରବାର ଚଳାଉଥିବା ସୁରାକ ମିଳିଛି। ଏହି ଚୋରା କାରବାର ନେଇ ଏସ୍‌ଟିଏଫ୍‌ରେ ଗତ ଅକ୍ଟୋବର ମାସରେ ମାମଲା ରୁଜୁ ହୋଇଥିଲା। ଏଥିରେ ଏହି ଗ୍ୟାଙ୍ଗ୍‌ର ତାଲିକାରେ ୨୦ରୁ ଊର୍ଦ୍ଧ୍ବ ଅଭିଯୁକ୍ତଙ୍କ ନାମ ରହିଥିଲା। ପୂର୍ବରୁ ଏହି ମାମଲାରେ ଏସ୍‌ଟିଏଫ୍‌ ୧୩ ଜଣଙ୍କୁ ଗିରଫ କରିଥିବା ବେଳେ ୧୧ଟି କୋଇଲା ବୋଝେଇ ଟ୍ରକ୍‌ ଜବତ କରିସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe