କୋଇଲା ଖଣିର କଷଣ: ଶୁଖି ଗଲାଣି ଜଳଉତ୍ସ, ପ୍ରଦୂଷିତ ପାଣି, ପବନ

Advertisment

ଖଣି ଖନନ ହେଲେ ରୋଜଗାର ବଢ଼ିବ ଓ ନିଯୁକ୍ତି ମିଳିବ। ଲୋକଙ୍କ ଆର୍ଥିକ ଅବସ୍ଥା ସୁଧୁରିବ। ଅଞ୍ଚଳର ବିକାଶ ହେବ। କିଛି ବର୍ଷ ହେଲା ଏମିତି ସୁନେଲି ସ୍ବପ୍ନ ଦେଖୁଥିଲେ ଛେଣ୍ଡିପଦାବାସୀ।

ଖଣି ଖନନ ହେଲେ ରୋଜଗାର ବଢ଼ିବ ଓ ନିଯୁକ୍ତି ମିଳିବ। ଲୋକଙ୍କ ଆର୍ଥିକ ଅବସ୍ଥା ସୁଧୁରିବ। ଅଞ୍ଚଳର ବିକାଶ ହେବ। କିଛି ବର୍ଷ ହେଲା ଏମିତି ସୁନେଲି ସ୍ବପ୍ନ ଦେଖୁଥିଲେ ଛେଣ୍ଡିପଦାବାସୀ।

dvvdccv

ଅନୁଗୁଳ: ଖଣି ଖନନ ହେଲେ ରୋଜଗାର ବଢ଼ିବ ଓ ନିଯୁକ୍ତି ମିଳିବ। ଲୋକଙ୍କ ଆର୍ଥିକ ଅବସ୍ଥା ସୁଧୁରିବ। ଅଞ୍ଚଳର ବିକାଶ ହେବ। କିଛି ବର୍ଷ ହେଲା ଏମିତି ସୁନେଲି ସ୍ବପ୍ନ ଦେଖୁଥିଲେ ଛେଣ୍ଡିପଦାବାସୀ। ହେଲେ କୋଇଲା ଉତ୍ତୋଳନ ଆରମ୍ଭ ହେଉହେଉ ଖନନ ପରର କଷଣ ଦେଖି ସାଧାରଣ ଲୋକେ ତ୍ରାହିତ୍ରାହି ଡାକିଲେଣି। ଖଣି ନିକଟବର୍ତ୍ତୀ ଅଞ୍ଚଳରେ ଧୂଳିଧୂଆଁରେ ଲୋକେ କଲବଲ ହେବା ସହ ଚାଷବାସ ଉଜୁଡ଼ି ଜୀବନଜୀବିକା ସବୁ କିଛି ପ୍ରଭାବିତ ହେବାରେ ଲାଗିଛି। ଜଳ ଉତ୍ସ ଶୁଖି ଯାଉଥିବାରୁ ପିଇବା ପାଣି ପାଇଁ ଲୋକେ ଦହଗଞ୍ଜ ହେଉଛନ୍ତି।

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ରେ ଏବେ ଦୁଇଟି କୋଲ୍‌ ବ୍ଲକ୍‌ରୁ କୋଇଲା ଖୋଳା ଆରମ୍ଭ ହୋଇଛି। ଏଠାରେ କୋଇଲା ଉତ୍ତୋଳନ ଓ ପରିବହନ ଆରମ୍ଭ ହେଉ ହେଉ ଖଣି ନିକଟସ୍ଥ ଗାଁଗୁଡ଼ିକର ଜୀବନ ଦୁର୍ବିଷହ ହୋଇପଡ଼ିଲାଣି। ବିଶେଷକରି ରାଇଝରଣ, ଧୋବାମଳିହା, ଛୋଟବେରେଣୀ, ଗୋଳାଗାଡ଼ିଆ ଆଦି ଗାଁଗୁଡ଼ିକ ଖଣି ପଛର ଦୁଃଖକୁ ମର୍ମେ ମର୍ମେ ଅନୁଭବ କରୁଛନ୍ତି। ରାଇଝରଣ ନିକଟରେ ଏକା ସମୟ‌ରେ ଦୁଇଟି କୋଲ୍‌ ବ୍ଲକ୍‌ରୁ କୋଇଲା ଉତ୍ତୋଳନ ଆରମ୍ଭ ହେବା ପରେ ଏଠାରେ ରହିଥିବା ବିଭିନ୍ନ ଜଳ ଉତ୍ସଗୁଡ଼ିକ ଗଭୀର ଭାବେ ପ୍ରଭାବିତ ହୋଇଛି। ଗାଁରେ ପାଖାପାଖି ୫ ହଜାର ଲୋକ ରହୁଥିବା ବେଳେ ଏଠାରେ କୂଅର ଜଳସ୍ତର ତଳକୁ ଚାଲିଗଲାଣି। ଖରା ଆରମ୍ଭରୁ ଅଧିକାଂଶ କୂଅ ଶୁଖିବାକୁ ବସିଥିଲା ବେଳେ ମେ’ ବେଳକୁ ଲୋକେ ଏଥିରୁ ଟୋପାଏ ପାଣି ପାଇବା ନେଇ ଆଶଙ୍କା ରହିଛି। ଏପଟେ ଗ୍ରାମାବାସୀ ନିର୍ଭର କରୁଥିବା ସବୁଠାରୁ ବଡ଼ ପୋଖରୀ କଟାବନ୍ଧର ପାଣି ଉପରେ କୋଇଲା ଗୁଣ୍ଡର ଏକ ଆସ୍ତରଣ ପଡ଼ିଗଲାଣି।

ଶୁଖି ଗଲାଣି ଜଳଉତ୍ସ
ପ୍ରଦୂଷିତ ପାଣି, ପବନ
ଜୀବନ ଜୀବିକା ପ୍ରଭାବିତ

ଏଣୁ ଏହା ବ୍ୟବହାର ଅନୁପଯୋଗୀ ହେବାକୁ ବସିଛି। ଗାଁରେ ରହିଥିବା ନଳକୂପଗୁଡ଼ିକ ୧୫୦ରୁ ୧୬୦ ଫୁଟ୍‌ରେ ପାଣି ଦେଉଥିଲା ବେଳେ ଏବେ ଏହା ୨୫୦ ଫୁଟ୍‌କୁ ଖସି ଯାଇଥିବା ଗ୍ରାମବାସୀ କହୁଛନ୍ତି। ଏବେଠାରୁ ଏମିତି ଜଳସ୍ତର ହ୍ରାସ ହେବା ଫଳରେ ଖରାଦିନେ ଲୋକେ ଡହଳବିକଳ ହେବା ନିଶ୍ଚିତ । ରାଇଝରଣ ସରପଞ୍ଚ ପ୍ରଶାନ୍ତ କୁମ‌ାର ସେଠୀ କହିଛନ୍ତି, ଗାଁ ନିକଟରେ ଦୁଇ ଦୁଇଟି କୋଇଲା ଖଣି ଖୋଳା ହେବାରୁ ଜଳସ୍ତର ତଳକୁ ଖସି ଯାଇଛି। ପୋଖରୀ ଓ ଖୋଲାକୂଅଗୁଡ଼ିକରେ କୋଇଲା ଗୁଣ୍ଡର ଆସ୍ତରଣ ପଡ଼ିଯିବା ପରେ ଏହା ବ୍ୟବହାର କରିବାକୁ ଡର ଲାଗୁଛି। ପୁଣି ପୁରୁଣା ନଳକୂପରୁ ଆଉ ଠିକ୍‌ରେ ପାଣି ବାହାରୁନି। ଅଳ୍ପ ଦିନ ବ୍ୟବଧାନରେ ଖରାପ ହେଉଛି। ବଡ଼କଥା ହେଲା, କୋଇଲା ଖଣି ହେବା ପରେ ପାଣିର ସ୍ବାଦ ବଦଳିଯାଇଛି। ପାଣି ପଙ୍କୁଆ ଲାଗୁଥିବାରୁ ଏହା ବ୍ୟବହାର କଲେ ସ୍ବାସ୍ଥ୍ୟ ଖରାପ ହୋଇପାରେ। ଏଣୁ ତୁରନ୍ତ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ସେ ଦାବି କରିଛନ୍ତି। 

ଏପଟେ କୋଇଲା ପରିବହନ ପାଇଁ ସେମିତି କିଛି ଠୋସ୍‌ ଭିତ୍ତିଭୂମି ପ୍ରସ୍ତୁତ କରାଯାଇନି। ତେଣୁ ଏବେ ରାଜ୍ୟ ରାଜପଥରେ ଟ୍ରକ୍‌ ଯୋଗେ କୋଇଲା ପରିବହନ କରାଯାଉଛି। ନିତିଦିନ ହଜାର ହଜାର ଟ୍ରକ୍‌ରେ କୋଇଲା ପରିବହନ ଫଳରେ ପ୍ରଦୂଷଣ ସୀମା ଟପିଛି। କୋଇଲା ଗୁଣ୍ଡରେ ଘରଦ୍ବାର କଳା ପଡ଼ିଗଲାଣି।  ପୁଣି ମୁଖ୍ୟ ରାସ୍ତାରେ ସହର ମଝିରେ କୋଇଲା ପରିବହନ‌ ହେଉଥିବାରୁ ଦୁର୍ଘଟଣା ବଢ଼ୁଛି। ଅକାଳରେ ଅନେକ ଜୀବନ ଯିବା ସହ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଏଥିନେଇ ରାଇଝରଣର ପୂର୍ବତନ ସରପଞ୍ଚ ପତିତପାବନ ‌ଦେହୁରୀ କହିଛନ୍ତି, ଗାଁକୁ ବିସ୍ଥାପିତ କରି ଥଇଥାନ କରିବା ପୂର୍ବରୁ ତରବରିଆ ଭାବେ କୋଇଲା ଉତ୍ତୋଳନ କରାଯିବା ଯୋଗୁ ଲୋକଙ୍କ ଜୀବନ ଦୁର୍ବିଷହ ହୋଇ ପଡ଼ିଛି। ପ୍ରଦୂଷଣ ପାଇଁ ଚର୍ମରୋଗ ବଢ଼ିଥିଲା ବେଳେ ଧୂଳିଧୂଆଁରେ ଜିଇଁବା କଷ୍ଟକର ହୋଇଗଲାଣି। ଏପଟେ ଏଥର ଖରାଦିନେ ସାଂଘାତିକ ଜଳକଷ୍ଟ ଭୋଗିବା ନିଶ୍ଚିତ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe