ଚୋରା ଚାଲାଣ ବେଳେ କୋଇଲା ଗାଡ଼ି ଜବତ, ୨ ଗିରଫ

ଚୋରା ଚାଲାଣ ବେଳେ କୋଇଲା ଗାଡ଼ି ଜବତ, ୨ ଗିରଫ

ବୌଦ୍ଧ: କୋଇଲା ଚୋରା ଚାଲାଣ କରୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ (ଓଡି ୦୨ ବିଏମ୍‌ ୩୬୩୭)କୁ ବୌଦ୍ଧ ସହରର ବିଜ୍ରଛକରେ ପୁଲିସ ଜବତ କରିଛି। ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ନୟାଗଡ଼ ଜିଲ୍ଲା ଦୁରୁଦୁରା ଗାଁର ସତ୍ୟବାଦୀ ନାୟକ (୫୨ବର୍ଷ) ଓ ରାଉତରାୟପୁର ଗାଁର ବୀର ବେହେରା (୩୦ବର୍ଷ)ଙ୍କୁ ଗିରଫ କରିଛି।

ପିକ୍‌ଅପ୍‌ ଭ୍ୟାନ୍‌ଟି ରେଢ଼ାଖୋଲ ଅଞ୍ଚଳରୁ ନୟାଗଡ଼ ଅଞ୍ଚଳକୁ ଯାଉଥିବା ଜଣାପଡ଼ିଥିଲା। ଗାଡ଼ିରେ ଦୁଇଟନ୍‌ କୋଇଲା ବୋଝେଇ ହୋଇଥିବା ବେଳେ ଚାଳକ ବୈଧ କାଗଜତପତ୍ର ଦେଖାଇ ପାରିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe