ନାଲ୍‌କୋକୁ କୋଇଲା ଯୋଗାଣ ପ୍ରସଙ୍ଗ: ପ୍ରସ୍ତାବ କାର୍ଯ୍ୟକାରୀ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Advertisment
ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ: ନାଲ୍‌କୋକୁ କୋଇଲା ଯୋଗାଣ ସଂପର୍କିତ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଆର୍‌.କେ. ପଟ୍ଟନାକୟଙ୍କୁ ନେଇ ଗଠିତ ଖଣ୍ଡପୀଠ ନାଲ୍‌କୋ ଅଫିସର୍ସ ଆସୋସିଏସନ୍ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଏପ୍ରିଲ ୨୫ର ନିର୍ଦ୍ଦେଶ ପାଳନ କରି ଏପ୍ରିଲ ୨୬ ତାରିଖ ଦିନ ୧୨ଟ‌ାରେ କେନ୍ଦ୍ର ଶକ୍ତି ସଚିବ, କୋଇଲା ସଚିବ, ଖଣି ସଚିବ, ରେଲୱେ ବୋର୍ଡ ଅଧ୍ୟକ୍ଷ, ଏମ୍‌ସିଏଲ୍‌ ସିଏମ୍‌ଡି, ନାଲକୋ ସିଏମ୍‌ଡି ଓ ସଂପୃକ୍ତ ମନ୍ତ୍ରାଳୟର ଅନ୍ୟ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନା‌ଲ୍‌କୋକୁ କୋଇଲା ଯୋଗାଣ କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା ସଂପର୍କରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯିବା ପରେ କେତେକ ପ୍ରସ୍ତାବ ସମସ୍ତଙ୍କ ସମ୍ମତିକ୍ରମେ ଗୃହୀତ ହୋଇଥିଲା। ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନାଲ୍‌କୋ ଅଫିସର୍ସ ଆସୋସିଏସନ୍ ତରଫରୁ ଆଇନଜୀବୀ ସୁବିର୍‌ ପାଲିତ୍‌ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଅମିତାଭ ମିଶ୍ର ସହାୟତା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe