ଝାରସୁଗୁଡ଼ାରେ ଖୋଲିବ କୋଇଲା ଟ୍ରିବ୍ୟୁନାଲ

Advertisment
ଓଡ଼ିଶାରେ ୨୭,୯୯୭ କୋଟିର ଖଣିଜ ଉତ୍ପାଦନ

The Financial Express

ସମ୍ବଲପୁର : ଖଣି ପାଇଁ ଅଧିଗ୍ରହଣ ହୋଇଥିବା ଜମିର କ୍ଷତିପୂରଣ ସଂକ୍ରାନ୍ତ ବିବାଦ ପାଇଁ କୋର୍ଟର ଦ୍ବାରସ୍ଥ ହେବାକୁ ଆଉ ଢେଙ୍କାନାଳ ଦୌଡ଼ିବାକୁ ପଡ଼ିବ ନାହିଁ। ବିଳମ୍ବରେ ହେଲେ ମଧ୍ୟ ଭାରତ ସରକାରଙ୍କ ପକ୍ଷରୁ ‘ସିବି’ ଆଇନ ଅନୁଯାୟୀ ଝାରସୁଗୁଡ଼ାରେ ପାର୍ଟ ଟାଇମ୍‌ ଟ୍ରିବ୍ୟୁନାଲ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି।

ଭାରତ ସରକାରଙ୍କ କୋଇଲା ମନ୍ତ୍ରାଳୟ ପକ୍ଷରୁ ଏହି ମର୍ମରେ ଏମ୍‌ସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କୁ ପତ୍ର ଆସିଛି। ତତ୍କାଳ ପ୍ରଭାବ ବଳରେ ଝାରସୁଗୁଡ଼ାରେ ଏହି ଟ୍ରିବ୍ୟୁନାଲ ସ୍ଥାପନ କରାଯିବା ନେଇ ପଦକ୍ଷେପ ନେବାକୁ ଆଦେଶ ହୋଇଛି। ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ଜମିହରା ପରିବାର ଏହାଦ୍ବାରା ଉପକୃତ ‌ହେବେ। ଝାରସୁଗୁଡ଼ା ଜିଲ୍ଲା ଓ ଦୌରା ଜଜ୍ ଟ୍ରିବ୍ୟୁନାଲ ଦାୟିତ୍ବରେ ରହି‌‌ବେ। ସେ ଯେଉଁ ତାରିଖରୁ ଟ୍ରିବ୍ୟୁନାଲର କାର୍ଯ୍ୟଭାର ତୁଳାଇବେ, ସେହିଦିନଠାରୁ ଆସନ୍ତା ୩୦ ସେପ୍‌ଟେମ୍ବର ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଏଥିସହ ଜଣେ ପ୍ରିଜାଇଡିଂ ଅଫିସରଙ୍କୁ ନିଯୁକ୍ତି ଦିଆଯିବ। ଏମ୍‌ସିଏଲ ପକ୍ଷରୁ ସହାୟକ କର୍ମଚାରୀ/ଅଧିକାରୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତ ସରକାରଙ୍କ ଉପସଚିବ ରାମ ସିରୋମଣି ସରୋଜ ଗତ ୨୬ ଜାନୁଆରି ୨୦୨୧ରେ ଏମ୍‌ସିଏଲର୍‌ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କୁ ଏନେଇ ତୁରନ୍ତ ଉପଯୁକ୍ତ ପଦକ୍ଷେପ ନେବାକୁ ପତ୍ର ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe