ଚୋରା କୋଇଲା ସହ ଟ୍ରକ୍ ଜବତ  

ଚୋରା କୋଇଲା ସହ ଟ୍ରକ୍ ଜବତ  

Justdial

ବ୍ରଜରାଜନଗର: ୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ଆମ ଦର୍‌ହ ଜଙ୍ଗଲରେ ଆରମ୍ଭ ହୋଇଥିବା ଏକ ଚୋରା କୋଇଲା ଡିପୋ ଉପରେ ମଙ୍ଗଳବାର ଗାନ୍ଧୀ ଛକ ଫାଣ୍ଡି ପୁଲିସ୍ ଚଢ଼ଉ କରି କୋଇଲା ବସ୍ତା ବୋଝେଇ ହୋଇଥିବା ଏକ ଟ୍ରକ୍‌ (ଓଆର୍‌ ୨୩ବି-୫୮୮୭)କୁ ଜବତ କରିଛି। ତେବେ ପୁଲିସ ଚଢ଼ାଉ ସଂପର୍କରେ ଆଗୁଆ ଜାଣି ପାରି ଅଭିଯୁକ୍ତମାନେ ଗାଡ଼ି ଛାଡ଼ି ଘଟଣା ସ୍ଥଳରୁ ଫେରାର୍‌ ହୋଇଯାଇଥିଲେ।

ମୋପେଡ୍‌ ଓ ବାଇକ୍‌ରେ କୋଇଲା ଖଣିମାନଙ୍କରୁ ବସ୍ତା ଭର୍ତ୍ତି କୋଇଲା ସଂପୃକ୍ତ ଡିପୋକୁ ଅଣାଯାଇ ଚୋରାଚାଲାଣ ହେଉଥିବା ଖବର ପାଇ ବ୍ରଜରାଜନଗର ଥାନା ଆଇଆଇସି ଚଢ଼ଉ ପାଇଁ ନିର୍ଦେଶ ଦେଇଥିଲେ। ଗାନ୍ଧୀ ଛକ ଫାଣ୍ଡି ଅଧିକାରୀ ଶଶି ଭୂଷଣ ପୋଢ଼ଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ କେସ୍ ନଂ. ୨୮୬/୨୨ରେ ଏକ ମାମଲା ରୁଜୁ ହୋଇଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe