ପାରାଦୀପରେ ତଟରକ୍ଷୀ ବାହିନୀର ନୂତନ ଜାହାଜ ‘ବିଜୟ’

Advertisment
ପାରାଦୀପରେ ତଟରକ୍ଷୀ ବାହିନୀର ନୂତନ ଜାହାଜ ‘ବିଜୟ’

ଜଗତସିଂହପୁର : ପାରାଦୀପରେ ପହଞ୍ଚିଲା ଭାରତୀୟ ତଟରକ୍ଷୀ ବାହିନୀର ନୂତନ ଜାହାଜ (କୋଷ୍ଟ୍‌ ଗାର୍ଡ‌୍ ସିପ୍) ‘ସିଜିଏସ୍‌ ବିଜୟ’। ‘ସଜିଏସ୍‌ ବଜ୍ର’ ଅବସର ନେବା ପରେ ପାଟ୍ରୋଲିଂ ପାଇଁ ‘ସିଜିଏସ୍‌ ବିଜୟ’କୁ ସାମିଲ କରାଯାଇଛି। ଏହି ଜାହାଜକୁ ଚେନ୍ନାଇର ଏଲ୍ଏଣ୍ଡଟି ସିପ୍‌ୟାର୍ଡ‌୍ରେ ନିର୍ମାଣ କରାଯାଇଛି। ୯୮ ମିଟର ଲମ୍ବ ଏହି ଜାହାଜ ଘଣ୍ଟାକୁ ୨୬ ନଟିକାଲ ମାଇଲ ବେଗରେ ଗତି କରିପାରିବ। ଗତ ସେପ୍ଟେମ୍ବର ୧୪ ତାରିଖରେ ତଟରକ୍ଷୀ ବାହିନୀରେ ସାମିଲ ହୋଇଥିବା ଏହି ଜାହାଜ ଏହା ଆଜିଠାରୁ ଓଡ଼ିଶା ଉପକୂଳ ସୁରକ୍ଷାରେ ନିୟୋଜିତ ହୋଇଛି। ଏଥି ସହିତ ବାତ୍ୟା, ବନ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନଜବୀନ ସୁରକ୍ଷା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯିବ। ସାମୁଦ୍ରିକ ପରିବେଶ ସୁରକ୍ଷା ଓ ଅଲିଭ ରିଡ୍‌ଲେ କଇଁଛମାନଙ୍କ ସୁରକ୍ଷା ଦିଗରେ ମଧ୍ୟ ଏହା‌ କାର୍ଯ୍ୟ କରିବ। ଆଜି ଏହି ଜାହାଜକୁ ତଟରକ୍ଷୀ ବାହିନୀ ଡିଆଇଜି ରାଜେଶ ମକ୍ୱାୱାନା ପାରାଦୀପ ବନ୍ଦରରେ ସ୍ବାଗତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ତଟରକ୍ଷୀ ବାହିନୀର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe