ଓଡ଼ିଶାରେ ୨ ରାଡାର୍‌ ଷ୍ଟେସନ୍‌ ପ୍ରତିଷ୍ଠା କରିବ କୋଷ୍ଟଗାର୍ଡ: ଗୋପାଳପୁରରେ ମୋବାଇଲ୍‌ ସର୍ଭିଲାନ୍‌ସ ବ୍ୟବସ୍ଥା

Advertisment

ଓଡ଼ିଶା ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକରୁ ଅଧିକ ସୁଦୃଢ଼ କରିବା ପାଇଁ ନୂଆ ପଦକ୍ଷେପ ନିଆଯାଉଛି। କୋଷ୍ଟଗାର୍ଡ ପକ୍ଷରୁ ଓଡ଼ିଶା ଉପକୂଳରେ ୨ଟି ରାଡାର୍‌ ଷ୍ଟେସନ୍‌ ପ୍ରତିଷ୍ଠା କରାଯିବ।

ଓଡ଼ିଶା ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକରୁ ଅଧିକ ସୁଦୃଢ଼ କରିବା ପାଇଁ ନୂଆ ପଦକ୍ଷେପ ନିଆଯାଉଛି। କୋଷ୍ଟଗାର୍ଡ ପକ୍ଷରୁ ଓଡ଼ିଶା ଉପକୂଳରେ ୨ଟି ରାଡାର୍‌ ଷ୍ଟେସନ୍‌ ପ୍ରତିଷ୍ଠା କରାଯିବ।

୧୯ ବାଂଲାଦେଶୀ ଧୀବରଙ୍କୁ ଉଦ୍ଧାର କଲା ତଟରକ୍ଷୀ ବାହିନୀ

ଭୁବନେଶ୍ବର: ଓଡ଼ିଶା ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକରୁ ଅଧିକ ସୁଦୃଢ଼ କରିବା ପାଇଁ ନୂଆ ପଦକ୍ଷେପ ନିଆଯାଉଛି। କୋଷ୍ଟଗାର୍ଡ ପକ୍ଷରୁ ଓଡ଼ିଶା ଉପକୂଳରେ ୨ଟି ରାଡାର୍‌ ଷ୍ଟେସନ୍‌ ପ୍ରତିଷ୍ଠା କରାଯିବ। ଗୋପାଳପୁରରେ ମୋବାଇଲ୍‌ ସର୍ଭିଲାନ୍‌ସ ବ୍ୟବସ୍ଥା ରହିବ ଏବଂ ଭୁବନେଶ୍ବରରେ କୋଷ୍ଟାଲ୍‌ କମାଣ୍ଡ୍‌ କେଣ୍ଟ୍ରୋଲ୍‌ ସିଷ୍ଟମ୍ ଗଠନ କରାଯିବ। ବର୍ଷକ ଭିତରେ ଏହିସବୁ ବ୍ୟବସ୍ଥା ପ୍ରତିଷ୍ଠା କରାଯିବ। ଆଜି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ଭେଟିବା ଅବସରରେ କୋଷ୍ଟଗାର୍ଡ ଡିଜି ପ୍ରମେଶ ଶିବମଣି ଏନେଇ ଆଲୋଚନା କରିଥିବା ସୂଚନା ମିଳିଛି। 

ଗୋପାଳପୁରରେ ମୋବାଇଲ୍‌ ସର୍ଭିଲାନ୍‌ସ ବ୍ୟବସ୍ଥା
ଭୁବନେଶ୍ବରରେ କୋଷ୍ଟାଲ୍‌ କମାଣ୍ଡ୍ କଣ୍ଟ୍ରୋଲ୍‌ ସିଷ୍ଟମ୍

ଓଡ଼ିଶାରେ ଅନୁପ୍ରବେଶ ବଢ଼ୁଛି ବୋଲି ବାରମ୍ବାର ଅଭିଯୋଗ ହୋଇଆସୁଛି। ସେହିଭଳି ଓଡ଼ିଶାରେ ଦେଶର ପ୍ରତିରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ ସାମରିକ ଘାଟି ରହିଛି। ତେଣୁ ଶତ୍ରୁରାଷ୍ଟ୍ରମାନଙ୍କ ନଜର ଓଡ଼ିଶା ଉପରେ ରହିଆସିଛି। ଏଥିପାଇଁ ଓଡ଼ିଶାର ତଟ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ଜରୁରି ହୋଇପଡ଼ିଛି। ଆଜି ଏହି ମର୍ମରେ କୋଷ୍ଟଗାର୍ଡ ଡିଜି ଶିବମଣି ଓ ଓଡ଼ିଶା ଡିଜିପି ଶ୍ରୀ ଖୁରାନିଆ ଭୁବନେଶ୍ବର କ୍ୟାମ୍ପ୍‌ ଅଫିସରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି। କୋଷ୍ଟଗାର୍ଡ ଡିଜିଙ୍କ ସୂଚନାନୁସାରେ ପ୍ରସ୍ତାବିତ ୨ ରାଡାର୍‌ ସିଷ୍ଟମ୍‌ ତଟ ସୁରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବ। ଗୋପାଳପୁରରେ ହେବାକୁ ଥିବା ମୋବାଇଲ ସର୍ଭିଲାନ୍‌ସ ସିଷ୍ଟମ୍‌ ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ନଜର ରଖିବ। ସେପଟେ ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି ଖୁବ୍‌ଶୀଘ୍ର ଭୁବନେଶ୍ବରରେ ରାଜ୍ୟର କୋଷ୍ଟାଲ୍‌ କମାଣ୍ଡ୍‌ କଣ୍ଟ୍ରୋଲ୍‌ ସିଷ୍ଟମ୍‌ ଗଠନ କରାଯିବ। ଏହି ବ୍ୟବସ୍ଥା ଦ୍ବାରା ତଟ ସୁରକ୍ଷା ପାଇଁ ପାଟ୍ରୋଲିଂରେ ନିୟୋଜିତ ବୋଟ୍‌ ଓ ଡ୍ରୋନ୍‌ଗୁଡ଼ିକୁ ନିୟନ୍ତ୍ରଣ କରିହେବ।

ସେ ଆହୁରି ମଧ୍ୟ କହିଛନ୍ତି କୋଷ୍ଟଗାର୍ଡ ସୁରକ୍ଷା ପାଇଁ ଦୁଇମାସ ଭିତରେ ଫିସିଂ ଟ୍ରଲର୍‌ ନିୟୋଜିତ କରାଯିବ। ଏବେ ପୂର୍ବତନ ନାଭାଲ୍‌ ଓ କୋଷ୍ଟଗାର୍ଡ କର୍ମଚାରୀଙ୍କୁ ତଟ ସୁରକ୍ଷାରେ ନିଯୁକ୍ତି ମିଳିଛି ଏବଂ ଆଗକୁ ୨୮୦ ଜଣଙ୍କୁ ନିଯୁକ୍ତି ଦେବେ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି କୋଷ୍ଟଗାର୍ଡରୁ ଅବସର ନେଇଥିବା ଜଣେ ଡିଆଇଜି ରୢାଙ୍କ୍‌ର ଅଧିକାରୀଙ୍କୁ ତଟ ସୁରକ୍ଷା କ୍ଷେତ୍ରରେ କନ୍‌ସଲ୍‌ଟାଣ୍ଟ ଭାବେ ନିୟୋଜିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe