ମୁକୁଳା ପଡ଼ିଛି ଉପକୂଳ : କା’ରେ ଚାଲିଛି ପୁରୀ ଜିଲ୍ଲାର ୪ଟି ଥାନା ଇଲାକାରେ ଥିବା ଉପକୂଳ ସୁରକ୍ଷା

Advertisment
ମୁକୁଳା ପଡ଼ିଛି ଉପକୂଳ : କା’ରେ ଚାଲିଛି ପୁରୀ ଜିଲ୍ଲାର ୪ଟି ଥାନା ଇଲାକାରେ ଥିବା ଉପକୂଳ ସୁରକ୍ଷା

ବ୍ରହ୍ମଗିରି : ଉପକୂଳ ସୁରକ୍ଷା ପାଇଁ ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। କିନ୍ତୁ ପୁରୀ ଜିଲ୍ଲାର ୪ଟି ଥାନା ଇଲାକାରେ ଥିବା ଉପକୂଳ ସୁରକ୍ଷା କା’ରେ ଚାଲିଛି। ମୁମ୍ବାଇ ଆକ୍ରମଣ ପରେ ଉପକୂଳ ସୁରକ୍ଷା ପାଇଁ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ଏଥିପାଇଁ ମେରାଇନ୍‌ ଥାନା ଖୋଲିବାକୁ ନିଷ୍ପତ୍ତି ନିଆଯିବା ସହ ଥାନା ପ୍ରତିଷ୍ଠା ହୋଇଥିଲା। କିନ୍ତୁ ଥାନାରେ ନା ଅଛନ୍ତି କର୍ମଚାରୀ ନା ଅଛି ଗାଡ଼ି। ଉପକୂଳରେ ପାଟ୍ରୋଲିଂ ପାଇଁ ରହିଥିବା ଅତ୍ୟାଧୁନିକ ବୋଟ୍‌ ଠିକଣା ଜାଗାରେ ନାହିଁ। ସେପଟେ ଥାନାରେ ରହିଛନ୍ତି ମାତ୍ର ୫ ଜଣ କର୍ମଚାରୀ। ଆଇଆଇସିଙ୍କ ନେତୃତ୍ୱରେ ହୋମଗାର୍ଡ ଓ କନେଷ୍ଟବଳଙ୍କୁ ନେଇ ଚାଲିଛି ଥାନା। ଏହି ଥାନାରେ ମୋଟ ଶହେ ଜଣ କର୍ମଚାରୀ ରହିବା କଥା। ଯାହାକି ଥାନା ଉଦ୍‌ଘାଟନ ବେଳେ ତତ୍କାଳୀନ ଏସ୍‌ପି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସେଥି ମଧ୍ୟରେ ୬୦ ଜଣ ନୌସେନାର କର୍ମଚାରୀ ଓ ୪୦ ଜଣ ଓଡ଼ିଶା ପୁଲିସର କର୍ମଚାରୀ ରହିବେ ବୋଲି ନିଷ୍ପତ୍ତି ହୋଇଥିଲା। ମାତ୍ର ଦୀର୍ଘ ୪ ବର୍ଷ ପରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ସୁଧୁରି ନାହିଁ।

publive-image Mapio.net

ସେହିପରି ମେରାଇନ୍‌ ଥାନା ପାଇଁ ଆସିଥିବା ଜିପ୍‌ ଏବେ ବ୍ରହ୍ମଗିରି ଥାନାରେ କାମ କରୁଛି। ଉପକୂଳ ସୁରକ୍ଷା ପାଇଁ ଆସିଥିବା ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ବୋଟ୍‌ ଏବେ ସାତପଡ଼ାଠାରେ ରହିଛି। ଏହାର ୪ ଜଣ କର୍ମଚାରୀ ମଧ୍ୟ ସାତପଡ଼ାରେ ରହୁଛନ୍ତି। ଚିଲିକା ମୁହାଣଠାରୁ ସାତପଡ଼ା ପର୍ଯ୍ୟନ୍ତ ଦୀର୍ଘ ୪ କିଲୋମିଟରର ବ୍ୟବଧାନ ରହୁଛି। କିନ୍ତୁ ଏହା ଥାନାଠାରୁ ଖୁବ୍‌ କମ ସମୟରେ ଆଉ ମାତ୍ର ଏକ କିଲୋମିଟର ମଧ୍ୟରେ ମୁହାଣ ରହୁଛି। ଫଳରେ କୌଣସି ଅଘଟଣକୁ ଥାନାଠାରୁ କମ ସମୟରେ ପ୍ରତିହତ କରାଯାଇପାରିବ। ମାତ୍ର ବୋଟ୍‌ ସାତପଡ଼ାରେ ରହୁଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ମେରାଇନ୍‌ ଥାନାରେ ଘର ନିର୍ମାଣ ହୋଇଥିବା ବେଳେ ସାତପଡ଼ାରେ ବୋଟ୍‌ କର୍ମଚାରୀ ରହିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

publive-image

କେବଳ ସେତିକି ନୁହେଁ ଚିଲିକା ଭଳି ଏକ ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀକୁ ପ୍ରତିଦିନ ଦେଶ ବିଦେଶରୁ ଶହ ଶହ ପର୍ଯ୍ୟଟକ ଆସୁଛନ୍ତି। ବଙ୍ଗୋପସାଗରକୁ ଲାଗି ଚିଲିକା ରହିଛି। ଏବେ ପ୍ରାକୃତିକ ମୁହାଣ ମେଲି ଯିବା ପରେ ଚିଲକା–ସମୁଦ୍ର ଏକାକାର ହୋଇଯାଇଥିବାରୁ ଏହାର ସୁରକ୍ଷା ଜରୁରୀ ହୋଇପଡ଼ିଛି। ଜଳପଥ ପୂରା ଉପକୂଳକୁ ସଂଯୋଗ କରିସାରିଛି। ଫଳରେ କୌଣସି ସମୟରେ ଆତତାୟୀମାନେ ସହଜରେ ଉପକୂଳରେ ପହଞ୍ଚି ପାରିବେ। ଏପରି ହେଲେ ବଡ଼ଧରଣର ଅଘଟଣ ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଅନ୍ୟପକ୍ଷରେ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe