ଭୁବନେଶ୍ୱର: ଘରେ ପଶିଥିଲା ନାଗ ସାପ, ଧରିବା ପରେ ଦେଲା ୨୩ଟି ଅଣ୍ଡା, ତା’ପରେ କ’ଣ ହେଲା ଜାଣନ୍ତୁ

Advertisment
ଭୁବନେଶ୍ୱର: ଘରେ ପଶିଥିଲା ନାଗ ସାପ, ଧରିବା ପରେ ଦେଲା ୨୩ଟି ଅଣ୍ଡା, ତା’ପରେ କ’ଣ ହେଲା ଜାଣନ୍ତୁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ନାଗସାପ ୨୩ଟି ଅଣ୍ଡା ଦେଇଥିବାର ଦୃଶ୍ୟ କ୍ୟାମେରାରେ କୈଦ୍‌ ହୋଇଛି। ସାପ ଧରାଳି ଏହି ଦୃଶ୍ୟକୁ ନିଜ କ୍ୟାମେରାରେ ସୁଟ କରିଥିଲେ। ଏପ୍ରିଲ ୨୭ ତାରିଖ ଦିନ ଭୁବନେଶ୍ୱରରେ ଜନୈକ ବ୍ୟକ୍ତିଙ୍କ ଘରେ ଏକ ନାଗସାପ ପଶି ଯାଇଥିଲା। ଏହାପରେ ସେ ସାପ ଧରାଳିଙ୍କୁ ଫୋନ୍‌ କରି ଡାକାଇ ଥିଲେ। ସାପ ଧରାଳି ସାପଟିକୁ ଘରୁ ବାହାର କରି ଏକ ପ୍ଲାଷ୍ଟିକ୍‌ ବକ୍ସରେ ପୁରାଇ ଜଙ୍ଗଲରେ ଛାଡ଼ିବାକୁ ନେଉଥିଲ। ଏହି ସମୟରେ ସେ ଜାଣିବାକୁ ପାଇଲେ ସାପଟି ବକ୍ସ ଭିତରେ ତିନିଟି ଅଣ୍ଡା ଦେଇ ଦେଇଛି। ସେ ଏସମ୍ପର୍କରେ ସ୍ନେକ୍‌ ହେଲପ୍‌ଲାଇନ୍‌କୁ ଫୋନ୍‌ କରି ଜଣାଇଥିଲେ।

publive-image

ସଙ୍ଗଠନର ଜେନେରାଲ ସେକ୍ରେଟେରି ସୁଭେନ୍ଦୁ ମଲିକ୍‌ ସାପ ଧରାଳିଙ୍କୁ କହିଲେ, ଉକ୍ତ ସାପଟିକୁ ଜଙ୍ଗଲରେ ନଛାଡ଼ି ସ୍ନେକ୍‌ ହେଲପ୍‌ଲାଇନ୍‌ ଅଫିସକୁ ନେଇ ଆସନ୍ତୁ। ଯେଉଁଠାରେ ସାପଟି ସୁବିଧାରେ ଅଣ୍ଡା ଦେଇ ପାରିବ। ଏତିକି ବେଳକୁ ସାପ ଆଉ ଆଠଟି ଆଣ୍ଡା ଦେଇ ସାରି ଥାଏ। ଏପରି ଭାବେ ସାପ ସେହି ପ୍ଳାଷ୍ଟିକ୍‌ ବକ୍ସ ଭିତରେ ୨୩ଟି ଅଣ୍ଡା ଦେଇଥିଲା। ଏହାପରେ ମା’ସାପକୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା। ୬୦ଦିନ ପାଇଁ ଅଣ୍ଡାକୁ ଯତ୍ନ ସହକାରେ ରଖି ଦିଆଯାଇଛି। ଅଣ୍ଡାରୁ ଛୁଆ ଫୁଟିଗଲେ ସେମାନଙ୍କୁ ଜଙ୍ଗଳରେ ଛାଡ଼ି ଦେବାର ବ୍ୟବସ୍ଥା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe