ବଢ଼ିଲା ଜାଡ଼, ବେଲଘରରେ ୩ ଡିଗ୍ରିକୁ ଖସିଲା ପାରଦ

ବଢ଼ିଲା ଜାଡ଼, ବେଲଘରରେ ୩ ଡିଗ୍ରିକୁ ଖସିଲା ପାରଦ

Photo by : thehindu.com

ଭୁବନେଶ୍ୱର : କିଛି ଦିନ ବ୍ୟବଧାନ ପରେ ରାଜ୍ୟରେ ତାପମାତ୍ରା ପୁଣିଥରେ ହ୍ରାସ ପାଇଛି। କନ୍ଧମାଳରେ ପୁଣି ଅସହ୍ୟ ଜାଡ଼ ଅନୁଭୂତ ହେଉଛି। ଗତ ୮ ଓ ୯ ତାରିଖରେ ଜିଲ୍ଲାର ତାପମାତ୍ରା ୩.୫ ଡିିଗ୍ରୀ ସେଲସିୟସ ଥିବା ବେଳେ ବର୍ତ୍ତମାନ ଫୁଲବାଣୀରେ ୩.୫ ଓ ବେଲଘରରେ ୩ ଡିିଗ୍ରୀ ସେଲସିୟସ୍‌ ତାପମାତ୍ରା ରହିଥିବା ଜଣାପଡ଼ିଛି। ଏହା ଜିଲ୍ଲାରେ ଜନଜୀବନକୁ ପ୍ରଭାବିତ କରିଛି। ତେବେ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇ ୭ ଡିଗ୍ରି ରହିଛି।

ରାଜ୍ୟର ଆଉ ୮ଟି ସହରର ତାପମାତ୍ରା ବି ୧୦ ଡିଗ୍ରି ତଳେ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନୁଗୁଳ, ବଲାଙ୍ଗିର ଓ ହୀରାକୁଦରେ ୮.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୭.୯, କେନ୍ଦୁଝରଗଡ଼ରେ ୮.୪, ସମ୍ବଲପୁରରେ ୮.୯, ସୁନ୍ଦରଗଡ଼ରେ ୫.୫, ଭବାନୀପାଟଣାରେ ୮.୫ ଡିଗ୍ରି ରେକର୍ଡ ହୋଇଛି। ରାଜ୍ୟରେ ୨୦ ତାରିଖ ପର୍ଯ୍ୟନ୍ତ ଏଭଳି ଥଣ୍ଡା ସ୍ଥିତି ଜାରି ରହିବ। ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୫ ଡିଗ୍ରି ତଳକୁ ଖସି ଆସିପାରେ। ଅଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶା ପାଗରେ ସେତେଟା ପରିବର୍ତନ ଆସିବ ନାହିଁ। ପୂର୍ବଦିନଗୁଡ଼ିକ ପରି ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଓ କଟକ ସହରର ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିଛି। କଟକର ସର୍ବନିମ୍ନ ତାପମାତ୍ରା ୧୨.୮ରେ ପହଞ୍ଚିଥିବା ବେଳେ ଭୁବନେଶ୍ୱରରେ ୧୩.୪ ଡିଗ୍ରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe