କଳାପଥରରେ ଶୀତଳ ଗୃହ ଉଦ୍‌ଘାଟିତ

କଳାପଥରରେ ଶୀତଳ ଗୃହ ଉଦ୍‌ଘାଟିତ

ସୋନପୁର: ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟି ଅଧୀନ କଳାପଥର ଉପବଜାର ପ୍ରାଙ୍ଗଣରେ ୫ଟନ୍ ବିଶିଷ୍ଟ ୪ଟି ଶୀତଳ ଗୃହ ବୁଧବାର ଉଦ୍‌ଘାଟିତ ହୋଇଛି। ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ୭୨ଲକ୍ଷ ଟଙ୍କାରେ ଏହି ଶୀତଳ ଗୃହ ନିର୍ମିତ ହୋଇଥିବା ସୂଚନା ଦିଆଯାଇଛି।

ଏଥିରେ ଆର୍‌ଏମ୍‌ସି ସମ୍ପାଦକ ଉଦିତ ବାବୁ, ସୋନପୁର ସହାକାରୀ ଉଦ୍ୟାନ ନିର୍ଦ୍ଦେଶକ ହୃଷୀକେଶ ଦାଶ, ଜିଲ୍ଲା ମିସନ ଶକ୍ତି ସଂଯୋଜକ କାର୍ତ୍ତିକ ଚନ୍ଦ୍ର ନାୟକ, ଡିଆଇପିଆର୍‌ଓ ଅଶ୍ବିନୀ ଭୋଇ, କଳାପଥର ପ୍ୟାକ୍ସ ସମ୍ପାଦକ ନିତ୍ୟାନନ୍ଦ କର, ଗଜଲକ୍ଷ୍ମୀ ପିଜି ଏବଂ ସୁବର୍ଣ୍ଣଶ୍ରୀ ଏଫ୍‌ପିଓର ସଦସ୍ୟାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe