୧୪ଟି ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ରୁ କମ୍‌,୧୨ରୁ ଆହୁରି ବଢ଼ିପାରେ ଶୀତ

Advertisment
୧୪ଟି ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ରୁ କମ୍‌,୧୨ରୁ ଆହୁରି ବଢ଼ିପାରେ ଶୀତ

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ଲହରୀ ବଢ଼ିବାକୁ ଲାଗିଛି। ଏହି ଶୀତ ଲହରୀ ଆଉ କିଛି ଦିନ ଲାଗି ରହିବ, ୧୨ ତାରିଖରୁ ଶୀତର ପ୍ରଭାବ ଅଧିକ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରାରେ ପହଁଞ୍ଚିିଛି ପାରଦ । ଦାରିଙ୍ଗିବାଡିରେ ସର୍ବନିମ୍ନ ୩ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

publive-image

ଏହା ସହ ଆସନ୍ତାକାଲି ଠାରୁ ପ୍ରାୟ ୩ଦିନ ଧରି ଦକ୍ଷିଣ ଓ ଉପକୂଳ ଓଡିଶାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ରାଜ୍ୟର ୧୪ଟି ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ କମ୍‌ ରେକର୍ଡ କରାଯାଇଥିବା ଜଣାପଡିଛି ।

ଉତ୍ତର ଭାରତରେ ଏବେ ଶୀତ ଲହରୀ ଜାରି ରହିଛି । ପ୍ରବଳ ଥଣ୍ଡା ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ଉତ୍ତରପ୍ରଦେଶରେ ୭୦ଜଣଙ୍କର ମୃତ୍ୟୁ ହୋଇଛି । ଉତ୍ତରାଖଣ୍ଡ, ହିମାଚଳ ଓ କଶ୍ମୀରର କେତେକ ସ୍ଥାନରେ ପାରଦ ଶୂନ ଡିଗ୍ରୀ ତଳକୁ ଖସି ଆସିଛି ।ଅନେକ ସ୍ଥାନରେ ପାଣି ବରଫ ପାଲଟି ଯାଇଛି।

publive-image

ହିମାଚଳ ଓ କଶ୍ମୀରରେ ପ୍ରବଳ ବରଫପାତ ହେଉଛି । ଉତ୍ତରାଖଣ୍ଡ, ହିମାଚଳରେ ପ୍ରବଳ ବରଫପାତ ଜାରି ରହଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ହାଡଭଙ୍ଗା ଶୀତ ଓ କୁହୁଡି ଯୋଗୁଁ ଲୋକେ ଘରୁ ବାହାରି ପାରୁ ନାହାନ୍ତି। ପରିବହନ ବ୍ୟବସ୍ଥା ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe