ଓଡ଼ିଶାରେ ପୁଣି ହାଡ଼ଭଙ୍ଗା ଶୀତ, ସୋନପୁର ସବୁଠାରୁ ଥଣ୍ଡା ସହର

ଓଡ଼ିଶାରେ ପୁଣି ହାଡ଼ଭଙ୍ଗା ଶୀତ, ସୋନପୁର ସବୁଠାରୁ ଥଣ୍ଡା ସହର

Photo: Hindustan Times

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ହାଡ଼ଭଙ୍ଗା ଜାଡ଼ ଫେରିଥିବା ଜଣାଯାଇଛି। ଆଜି ସୋନପୁରସବୁଠାରୁ ଥଣ୍ଡା ସହର ବିବେଚିତ ହୋଇଛି। ଏଠାକାର ସର୍ବନିମ୍ନ ତାପମାତ୍ରା ରହିଛି ୭.୫ ଡିଗ୍ରି ସେଲସିଅସ୍। ଆଜି ରାଜ୍ୟର ୩ଟି ସହରର ତାପମାତ୍ରା ୧୦ ଡିଗ୍ରି ସେଲସିଅସ୍ ତଳେ ଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ସେଲସିଅସ୍ ରହିଥିବା ବେଳେ ଫୁଲବାଣୀରେ ୧୦ ଡିଗ୍ରି ସେଲସିଅସ୍ ରହିଛି। ମୋଟାମୋଟିଭାବେ କହିବାକୁ ଗଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ୪ରୁ ୫ ଡିଗ୍ରି ସେଲସିଅସ୍ ଯାଏ ତାପମାତ୍ରା ହ୍ରାସ ପାଇଛି।

publive-image NewsHunt

ଆଜି ସକାଳୁ ସକାଳୁ ଉପକୂଳ ଓଡ଼ିଶା ସମେତ ମଧ୍ୟ ଓଡ଼ିଶାରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ମଧ୍ୟ ଦେଖିବାକୁ ମିଳିଛି ବହଳିଆ କୁହୁଡ଼ିଆ ଆସ୍ତରଣ । ସେହିପରି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ବି ସକାଳୁ ସକାଳୁ ଦେଖିବାକୁ ମିଳିଛି କୁହୁଡ଼ିର ପ୍ରଭାବ । ସକାଳେ ସକାଳେ କୁହୁଡ଼ି ପରିମାଣ ଏତେ ରହିଛି ଯେ ସାଧାରଣ ଗାଡ଼ିମୋଟର ଯାତାୟତ ବି ପ୍ରଭାବିତ ହୋଇଥିବା ଜଣାଯାଇଛି।
ତେବେ ଆସନ୍ତା ୮ ଓ ୯ ତାରିଖରେ ରାଜ୍ୟର କେତେକ ସ୍ଥାନରେ ଝିପିଝିପି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe