‘ଫନି’ ପ୍ରଭାବିତ ଜିଲ୍ଲାରେ କ୍ଷତିରେ ଶୀତଳ ଭଣ୍ଡାର

ସ୍ଥିତି ସୁଧାରିବାକୁ ସରକାରଙ୍କୁ ଶୀତଳ ଭଣ୍ଡାର ସଂଘର ଅନୁରୋଧ

‘ଫନି’ ପ୍ରଭାବିତ ଜିଲ୍ଲାରେ କ୍ଷତିରେ ଶୀତଳ ଭଣ୍ଡାର

ଭୁବନେଶ୍ବର: ବାତ୍ୟା 'ଫନି'ଯୋଗୁଁ ରାଜ୍ୟରେ ଥିବା ଅଧିକାଂଶ ଶୀତଳଭଣ୍ଡାର ଭାଙ୍ଗିରୁଜି ଯାଇଛି। ସେହିପରି ଦୀର୍ଘ ସମୟଧରି ବିଦ୍ୟୁତ ସରବରାହ ବ୍ୟାହତ ହେବାରୁ ପୁରୀ ଜିଲ୍ଲା ସମେତ ଖୋର୍ଦ୍ଧା, କଟକ, ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାରେ ଶୀତଳ ଭଣ୍ଡାର ଗୁଡ଼ିକ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ୧୦୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବିଦ୍ୟୁତ ସଂଯୋଗ ନଥିବାରୁ କୋଟିକୋଟି ଟଙ୍କାର ଆଳୁ ଓ ପନିପରିବା ନଷ୍ଟ ହେଲାଣି। ଫଳରେ ବହୁ ସଂଖ୍ୟକ ଚାଷୀ କ୍ଷତି ସହିବାକୁ ବାଧ୍ୟ ହୋଇଛନ୍ତି।

ଶୀତଳଭଣ୍ଡାର ସଂଘ ଦର୍ଶାଇଛି, ପୁରୀ ଜିଲ୍ଲାରେ ଏନସି ଭେଞ୍ଚର୍ସ ଶୀତଳ ଭଣ୍ଡାର ପକ୍ଷରୁ ୪ କୋଟି ଟଙ୍କାର ଆଳୁ ଓ ଅନ୍ୟ ପନିପରିବା ସଂରକ୍ଷିତ ରଖାଯାଇଥିଲା। ସେହିପରି ପାଇକେରାପୁରରରେ ସାଇ କୋଲ୍ଡ ଷ୍ଟୋରେଜ ୫ କୋଟି, କଟକ ମଣ୍ଟେଶ୍ବରୀ କୋଲ୍ଡ ଷ୍ଟୋରେଜ ୩ କୋଟି ଟଙ୍କାର ଆଳୁ ସଂରକ୍ଷିତ କରି ରଖିଥିଲେ। ଏବେ ଦୀର୍ଘ ଘଣ୍ଟାକାଳ ବିଦ୍ୟୁତ ସଂଯୋଗ ନଥିବାରୁ ସେସବୁ ଆଳୁ ଓ ପନିପରିବା ନଷ୍ଟ ହୋଇଗଲାଣି। ଉଲ୍କେଖଥାଉକି ଏସବୁ ଶୀତଳଭଣ୍ଡାର ଗୁଡ଼ିକ ୪ବର୍ଷ ତଳେ ରାଜ୍ୟ ସରକାରଙ୍କ ଆଳୁ ମିସନ ଜରିଆରେ ବ୍ୟାଙ୍କରୁ କୋଟିକୋଟି ଟଙ୍କାର ଋଣ ଆଣି ଶୀତଳ ଭଣ୍ଡାର ନିର୍ମାଣ କରିଥିଲେ। 'ଫନି' ବାତ୍ୟା ଯୋଗୁଁ ବିଦ୍ୟୁତ ସରବରାହ ବ୍ୟାହତ ହେବାଯୋଗୁଁ ଶୀତଳଭଣ୍ଡାର ଗୁଡ଼ିକ ଅଶେଷ କ୍ଷତି ସହିଛନ୍ତି। ଏ ନେଇ ସରକାର ହସ୍ତକ୍ଷେପ କରିବାକୁ ରାଜ୍ୟ ଶୀତଳ ଭଣ୍ଡାର ସଂଘ ଅନୁରୋଧ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe