ଆହୁରି ବଢ଼ିବ ଜାଡ଼, ଶୀତରେ ଥରିବ ଓଡ଼ିଶା

ଆହୁରି ବଢ଼ିବ ଜାଡ଼, ଶୀତରେ ଥରିବ ଓଡ଼ିଶା

ଭୁବନେଶ୍ବର: ସାରା ରାଜ୍ୟରେ ଲାଗି ରହିଛି କୋହଲା ପାଗ । କେତେକ ସ୍ଥାନରେ ଝିପ ଝିପ ବର୍ଷା ବି ହେବାରେ ଲାଗିଛି। ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଜିଠାରୁ ଜାଡ଼ ବଢିବା ସହ ପୁରୀ, ଯାଜପୁର, ଢେଙ୍କାନାଳ, ନୟାଗଡ଼, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ମୟୂରଭଂଜରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ୧୦ ତାରିଖ ପରଠାରୁ ରାଜ୍ୟରେ ବର୍ଷା କମିବା ସହ ଶୀତ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। 

publive-image
Odisha 360

ତେବେ ବର୍ଷା ପରେ ପରେ ପୁଣି ଲେଉଟିବ ଶୀତ । ଆସନ୍ତାକାଲିଠାରୁ ତାପମାତ୍ରା ୩ରୁ ୪ ଡିଗ୍ରୀକୁ ଖସି ଆସିବ । ସେହିଭଳି ରାଜ୍ୟର ୪ ଜିଲ୍ଲାରେ ଶୀତର ଲହରି ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସୋନପୁର, କେନ୍ଦୁଝର, ମୟୁରଭଂଜ, ବାଲେଶ୍ୱର ଏବଂ ଅନୁଗୁଳରେ ଆସନ୍ତାକାଲିଠାରୁ ଥଣ୍ଡାର ପରିମାଣ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଉଲ୍ଲେଖ ଥାଉ କି, ବିହାର ଓ  ଏହାର ପାଖ ଅଂଚଳରେ ଘୂର୍ଣ୍ଣିବଳୟ ରହିଥିବାରୁ ଏପରି ସ୍ଥିତି ଓଡିଶାରେ ଦେଖିବାକୁ ମିଳିଛି । ଗତ ବୁଧବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ହେତୁ ପାଗ ପୂରାପୂରି କୋହଲା ରହିଛି। ସାରା ରାଜ୍ୟରେ ଶୀତର ଲହରୀ ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe